ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଉପାଧ୍ୟକ୍ଷ
ହାଟଡିହି (ଓ୍ବାଇଏନଏସ): ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ମହିଳା ସୁରକ୍ଷା କମିଟର ଆବାହକ ସଦସ୍ୟ ରତିକାନ୍ତ ରାଉତ। ଆଜି ସକାଳେ ନିଜ ପତ୍ନୀ ନିରୁପମାଙ୍କ ସହ ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚନା କରିବା ସହିତ ଚାରା ରୋପଣ କରିଛନ୍ତି। ଏପରିକି ଅନେକ ଲୋକଙ୍କୁ ଚାରା ବଣ୍ଟନ କରି ‘ବୃକ୍ଷ ହିଁ ଜୀବନ’ ର ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗୋପୀନାଥ ନାୟକ, ରଘୁନାଥ ଭୂୟାଁ, ଖିରୋଦ ଭୂୟାଁ, ସନ୍ଦୀପ ନାୟକ, ସୁରେଶ ଜେନା, ପ୍ରସନ୍ନ ଭୂୟାଁ, ଧରିତ୍ରୀ ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ତାଙ୍କ ଜନ୍ମଦିନରେ ଆନନ୍ଦପୁର ବିଧାୟକ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।


