ନିମ୍ନମାନର ବାଲିରେ ଚାଲିଛି ସରକାରୀ ନିର୍ମାଣ କାର୍ଯ୍ୟ

ଜମନକିରା,(ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତର ବସଷ୍ଟାଣ୍ଡ ନିକଟରେ ଗତ ଦୁଇ ଦିନ ତଳେ ଏକ ସାର୍ବଜନୀନ ଶୌଚାଳୟ ତିଆରିକୁ ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା ‌। ବସ୍ ଯାତ୍ରୀଙ୍କ ସହ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଆବଶ୍ୟକତା ପୂରଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି l ହେଲେ ଏହି ସାର୍ବଜନୀନ ଶୌଚାଳୟଟି ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ଯ ଚାଲୁଥିବା ବେଳେ ଏକ ନୂତନ ତଥ୍ୟ ଲୋକଙ୍କୁ ଦେଖିବାକୁ ମିଳୁଛି l ତାହା ଇଟା ଯୋଡେଇର ମିଶ୍ରଣ ଏବଂ ନିମ୍ନମାନର ବାଲି ବ୍ୟବହାର । ଯାହାକି ଶୌଚାଳୟର ସ୍ଥାୟିତ୍ୱ ଉପରେ ସନ୍ଦେହ ସୃଷ୍ଟି କରାଇଛି । ଏଠାରେ ବ୍ୟବହୃତ ମିଶ୍ରଣରେ ପାଟୁଆ ବାଲି ମାଟି ସହ କମ ପରିମାଣର ସିମେଣ୍ଟ ମିଶ୍ରଣ ଜନ ଅସନ୍ତୋଷର କାରଣ ପାଲଟିଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ନିର୍ମାଣ ପ୍ରକଳ୍ପରେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆସୁଥିବା ବେଳେ ସିମେଣ୍ଟ ମିଶ୍ରଣ ଓ କାର୍ଯ୍ୟର ମାନ ତଦାରଖ କରାଯାଉ ନଥିବାରୁ ସିଂହଭାଗ ଅର୍ଥ ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ବାଟମାରଣା କରୁଥିବା ନେଇ ଅଭିଯୋଗ ମୁଣ୍ଡ ଟେକୁଛି । ଖୋଦ୍ ପଞ୍ଚାୟତର ନିର୍ବାହୀ ଅଧିକାରୀ ପଂଚାୟତରେ ଉପସ୍ଥିତ ରହୁଥିଲେ ମଧ୍ୟ ଏହି ନିମ୍ନମାନର କାର୍ଯ୍ୟକୁ ପରିଦର୍ଶନ ନକରିବା ସଂପ୍ରତି ଲୋକଙ୍କ ସନ୍ଦେହକୁ ଅଧିକ ଘନୀଭୂତ କରାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ