ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ

ବୁଗୁଡା (ଅନୀଲ କୁମାର ମହାରଣା): ବୁଗୁଡ଼ା ଶ୍ରୀ ବଳଦେବସ୍ବାମୀ  ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ବ୍ଳକ ବିଜେଡି ସଭାପତି ଖଦାଳ ଖଟେଇ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବରିଷ୍ଠ ନେତା କବିରାଜ ଗୌଡ଼ ଓ ସୁଧାଂଶୁ ଶେଖର ପାଢ଼ୀ, ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଦୀପ କୁମାର ଜେନା, ଚିକୁ ବାରିକ, ଗୋପୀନାଥ ସ୍ବାଇଁ, ସୁଶାନ୍ତ ପ୍ରଧାନ, ରବି ନାୟକ, ରବିନ୍ଦ୍ର କୁମାର ପଣ୍ଡା, ଜିତେନ୍ଦ୍ର ନାୟକ, ମନ୍ମଥ ସାମଲ, ରାମଚନ୍ଦ୍ର ନାୟକ, କିଶୋର ବେହେରା, ସୁବ୍ରତ ରାଖଲ ଦାସ, କାର୍ତ୍ତିକ ସାହାଣୀ, ଚୋରିଆ ମଳିକ, ପ୍ରଶାନ୍ତ ପାତ୍ର, ପ୍ରକାଶ ବେହେରା, ସଞ୍ଜୟ ବିଶ୍ବାଳ, ମନୋରଞ୍ଜନ ଦାସ, ଅମରେନ୍ଦ୍ର ସେନାପତି, ଆଶୁତୋଷ ବଢ଼େଇ, ବାବାଜୀ ନାୟକ, ମୁକୁନ୍ଦ ନାୟକ, ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଅନେକ ସରପଞ୍ଚ ଓ ସମିତି ସଭ୍ୟ , ବ୍ଳକ ଓ ଏନ୍ ଏ ସି ର ଦଳୀୟ କର୍ମୀ ଓ ବିଜୁପ୍ରେମୀ ଯୋଗ ଦେଇଥିଲେ । ଉକ୍ତ ଜୟନ୍ତୀ ପାଳନ ଅବସରରେ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଏଥି ସହ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ ଏବଂ ସେଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ