ଚୋରାମଦ ଜବତ, ୫ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ପ୍ରଭାକରପୁର ଗ୍ରାମର ବଚନ ଖିଲାର(୩୬)ଙ୍କ ଠାରୁ ୧୬୦୦ ଲିଟର ଗୁଡ଼ପୋଚ ଓ ପ୍ରତାପ ଖିଲାର(୫୨)ଙ୍କ ଠାରୁ ୪୦ ଲିଟର ଦେଶୀ ରନ୍ଧା ମଦ, କୋଟସାହି ଗ୍ରାମର ଖଗେଶ୍ୱର ବେହେରା(୫୦)ଙ୍କ ଠାରୁ ୧୧୦ ଲିଟର ବିଦେଶୀ ମଦ, ଅନ୍ଦଳ ଗ୍ରାମର ଗୋଲଖ ଚନ୍ଦ୍ର ନାୟକ(୫୦)ଙ୍କ ଠାରୁ ୨୨୦ ଲିଟର ବିଦେଶୀ ମଦ ଓ ଏରା ଗ୍ରାମର ସୁଶାନ୍ତ ମଲ୍ଲିକ(୨୪)ଙ୍କ ଠାରୁ ୫୫ ଲିଟର ଦେଶୀ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୨୦୨୫ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ଓ ଗୁଡପୋଚ ଚୋରାମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସହକାରୀ ଉପ ନିରୀକ୍ଷକ ସୁନୀଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ