ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଜଳସେଚନ ଯନ୍ତ୍ରୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ସବଡିଭିଜନର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କୁ ଭିଜିଲାନ୍ସ ଧରିଛି। ଦୁଇଜଣ ଅତିରିକ୍ତ ଏସପି, ୯ଜଣ ଡିଏସପି ଓ ୯ଜଣ ଇନସପେକ୍ଟରଙ୍କ ସମେତ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଚଢାଉ କରିଛନ୍ତି। ତାଙ୍କର ଭୁବନେଶ୍ୱର ବାଲିଅନ୍ତାରେ ଥିବା ୪ମହଲା କୋଠା, କଟକ ଚୈାଦ୍ୱାରରେ ଥିବା ଦୁଇ ମହଲା କୋଠା ସହିତ ବାଙ୍କିରେ ଥିବା ପୈତୃକ ଘର, ଭଦ୍ରକର ବୁଡାଙ୍ଗରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଡେରାବିଶରେ ଥିବା ତାଙ୍କ କାର୍ଯ୍ୟାଳୟ ଓ ଅସ୍ଥାୟୀ ବାସଭବନ, ଢେଙ୍କାନାଳରେ ଥିବା ସମ୍ପର୍କୀୟଙ୍କ ବାସଭବନ, ପଟିଆରେ ଥିବା ସମ୍ପର୍କୀୟଙ୍କ ବାସଭବନ ଉପରେ ଏକାସଙ୍ଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଶ୍ରୀ ରାୟଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଡେରାବିଶରୁ ଧରିବା ପରେ କଟକ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ନେଇଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ