ସମବାୟ ଚିନିଶିଳ୍ପ ପକ୍ଷରୁ ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ୍‍ ବଣ୍ଟନ

ଆସିକା(ୱାଇଏନ୍‍ଏସ୍‍) : ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଆସିକା ଏନ୍‍ଏସି ଅଞ୍ଚଳର ୧୪ ଜଣ ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ୍‍ ବଣ୍ଟନ କରାଯାଇଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ମେଡିକାଲ୍‍ ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା ଏବଂ ହସପିଟାଲ୍‍ ପରିଚାଳକ ବିଶ୍ୱଜିତ୍‍ ପ୍ରଧାନ ଯୋଗଦେଇ ଉପସ୍ଥିତ ଯକ୍ଷ୍ମାରୋଗୀଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିବା ସାଙ୍ଗକୁ ସେମାନଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଆସିକା ଏନ୍‍ଏସି ଅଞ୍ଚଳର ୧୪ ଜଣ ଯକ୍ଷ୍ମାରୋଗୀଙ୍କୁ ସମବାୟ ଚିନିଶିଳ୍ପ ପକ୍ଷରୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ୍‍ ବଣ୍ଟନ କରାଯିବା ସାଙ୍ଗକୁ ନିୟମିତ ଔଷଧ ଓ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଯକ୍ଷ୍ମାରୋଗୀଙ୍କ ସକାଶେ ପୁଷ୍ଟିକର ଖାଦ୍ୟ ପ୍ୟାକେଟ୍‍ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ଚିନିଶିଳ୍ପର ଷ୍ଟେନୋ ବିଶ୍ୱନାଥ ପାଣିଗ୍ରାହୀ ଓ କର୍ମଚାରୀ କୈଳାଶ ଚନ୍ଦ୍ର ଗୌଡ, ଆସିକା ଉପଖଣ୍ଡ ଚିକିତ୍ସାଳୟର ସହରାଞ୍ଚଳ ତଥ୍ୟ ପରିଚାଳକ ସୁନିଲ୍‍ କୁମାର ଘଡେଇ, ଯକ୍ଷ୍ମା ବିଭାଗର ବରିଷ୍ଠ ଚିକିତ୍ସା ପରିଦର୍ଶକ ସଙ୍ଗୀତାରାଣୀ ସ୍ୱାଇଁ ଓ ବରିଷ୍ଠ ଯକ୍ଷ୍ମୀ ନିଦାନ ପରିଦର୍ଶକ ବିଶ୍ୱଜିତ୍‍ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ