ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
କାକଟପୁର/ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉଭୟ ବ୍ୟକ୍ତି ଓ ସମାଜ ପାଈଁ ଏହା ଶ୍ରେଷ୍ଠ ସମ୍ପତି। ଆଜି ବି ଅନେକ ଲୋକ ଆର୍ଥିକ ଓ ଶାରୀରିକ ସମସ୍ୟା ଯୋଗୁଁ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି। ତେଣୁ ହୃଦରୋଗୀ ମାନେ କିପରି କିଭଳି ସୁସ୍ଥ ରହିବେ ସେ ନେଇ ଅଣ୍ଟା ଭିଡିଛି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀ ସତ୍ୟସାଇ ସେବା ସମିତି, କୋଣାର୍କ। ରବିବାର ଦିନ ଅସ୍ତରଙ୍ଗ ଓ କାକଟପୁର ମଧ୍ୟସ୍ଥିତ କାହାଳ ଗ୍ରାମର ଗୋପୀନାଥ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ମେଗା ମାଗଣା ହୃଦରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ହୃଦରୋଗ ବିଶେଷଜ୍ଞ ଡ଼ଃ ପ୍ରଭାତ କୁମାର ଦାଶ ନିଜେ ହୃଦରୋଗୀ ଙ୍କୁ ଚିକିତ୍ସା କରିବା ସହ ଔଷଧ ସେବନ ପାଈଁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ଶ୍ରୀ ସତ୍ୟସାଇ ସେବା ସମିତି କୋଣାର୍କ ଆବାହକ ବାମଦେବ ଆଳୁକ, ଅରବିନ୍ଦ ସାହୁ, ରାମକୃଷ୍ଣ ମହାନ୍ତି, ପ୍ରତାପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଏଭଳି ପ୍ରୟାସ ଜାରୀ ରଖିଛନ୍ତି। ଶିବିରରେ ବିଶେଷଜ୍ଞ ଚିକିତ୍ସଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଶିବିର ରେ ୩ ଶହ ରୁ ଉର୍ଦ୍ଧ ରୋଗୀ ଚିକିତ୍ସା ହୋଇଥିଲେ। ଗ୍ରାମାଞ୍ଚଳ ରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଜୋଇଥିବାରୁ ଟ୍ରଷ୍ଟ ସମସ୍ତ ସଦସ୍ୟ ଙ୍କୁ ଲୋକେ ପ୍ରଶଂସା କରିଥିଲେ। ଲୋକଙ୍କ ପାଈଁ ଏହିଭଳି ଶିବିର ଆଗକୁ ମଧ୍ୟ ଜାରୀ ରହିବ ବୋଲି ସେବା ସମିତି ତରଫରୁ ସୂଚନା ମିଳିଛି।


