ଖାଇବା ତେଲ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ନେଇ ସିପିଆଇ ପକ୍ଷରୁ ଗଣବିକ୍ଷୋଭ

କଟକ, (ଓ୍ବାଇଏନଏସ): ଖାଇବା ତେଲ ଓ ରନ୍ଧନ ଗ୍ୟାସ୍ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି କଟକ ଜଗତପୁରଠାରେ ସିପିଆଇ ପକ୍ଷରୁ ଏକ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ର ଆଳ ଦେଖାଇ ଦେଶର କିଛି ଅସାଧୁ ବ୍ୟବସାୟୀ ମୁନାଫା ଉଠାଇବା ପାଇଁ ଜାଣି ଶୁଣି ଲୋକଙ୍କ ର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଖାଇବା ତେଲ ଓ ରନ୍ଧନ ଗ୍ୟାସ୍ ଉପରେ ଅହେତୁକ ଦର ବୃଦ୍ଧି କରିଛନ୍ତି। ଏବଂ ଲୋକମାନଙ୍କୁ କହିଛନ୍ତି ଯେ ଖାଇବା ତେଲ ଓ ରନ୍ଧନ ଗ୍ୟାସ୍ ଆବଶ୍ୟକ ପରିମାଣର ମହଜୁଦ ନାହିଁ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି ରନ୍ଧନ ଗ୍ୟାସ୍, ଖାଇବା ତେଲ ଓ ପେଟ୍ରୋଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବହୁ ପରିମାଣରେ ଗଚ୍ଛିତ ରହିଛି । ଆପଣମାନେ କିଛି ଭୟଭୀତ ହୁଅନ୍ତୁ ନାହିଁ। ସେପଟେ କିନ୍ତୁ ସାଧାରଣ ଜନତା ଗ୍ୟାସ୍ ଫିଲିଙ୍ଗ୍ ସେଣ୍ଟର ଓ ରାସନ୍ ଦୋକାନ ସାମ୍ନାରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି। ଏଭଳି ମୌଳିକ ସମସ୍ୟା ର ସମାଧାନ ପାଇଁ ଆଜି ଜଗତପୁର ଗୋଲେଇ ଛକ ନିକଟରେ ସିପିଆଇ ନେତା ଉଦୟ କେଶରୀ ବର୍ମା ଙ୍କ ନେତୃତ୍ବରେ ଶତାଧିକ ଲୋକ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରୀ କମିଟି ର ସଭ୍ୟ ଅମରେନ୍ଦୁ ମହାନ୍ତି, ନଗର କମିଟି ସଂପାଦକ ଅମରେଡ ବିଦ୍ୟା ପ୍ରଶନ୍ନ ମହାପାତ୍ର, ଯୁବ ନେତା ସୁନାକର ବରାଳ, ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ