“ଉଲ୍ଲାସ” ସାକ୍ଷରତା କାର୍ଯ୍ୟକ୍ରମରେ ୧୯୦୮ ପରୀକ୍ଷାର୍ଥୀ

ପୋଲସରା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୧୧ ଟି କ୍ଲଷ୍ଟର ବିଦ୍ୟାଳୟରେ ୫୫୩ ଜଣ ପୁରୁଷ ଓ ୧୩୯୫ ଜଣ ମହିଳା, ଏହିପରି ମୋଟ ୧୯୦୮ ଜଣ ସାକ୍ଷରତା ପରୀକ୍ଷାର୍ଥୀ ଉଲ୍ଲାସ ପରୀକ୍ଷା ଦେଇଥିଲେ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ ତାରିଖ ଦିନ “ଉଲ୍ଲାସ” ସାକ୍ଷରତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀହର୍ଷବାବୁ ଖାଡ଼ଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସାକ୍ଷରତା ପରୀକ୍ଷା କାର୍ଯ୍ୟକ୍ରମକୁ ଏବିଇଓ  ସୁବାସିନୀ ତ୍ରିପାଠୀ, ଶିକ୍ଷକ ତଥା ବି.ଆର୍.ଜି. ନିରଞ୍ଜନ ବେହେରା ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିଥିଲେ। ଏଥିରେ ସମସ୍ତ ଏଗାର ଜଣ ସିଆରସିସି ଙ୍କ ସମେତ ପରୀକ୍ଷା କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଶିକ୍ଷା ସ୍ୱେଚ୍ଛାସେବୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ