ଅନ୍ତର୍ଜାତୀୟ ଖୁସି ଦିବସ: ଜୀବନରେ ସୁଖର ମହତ୍ୱ ବିଷୟରେ ସଚେତନ ହେବାକୁ ଆହ୍ୱାନ

ଆସିକା ତା ୧୯/୦୩ (ୱାଇଏନ୍‍ଏସ୍‍) ଆସନ୍ତାକାଲି ଅର୍ଥାତ୍‍ ମାର୍ଚ୍ଚ ମାସ ୨୦ ତାରିଖରେ ପାଳନ ହୋଇଥାଏ ଅନ୍ତର୍ଜାତୀୟ ସୁଖଶାନ୍ତି ତଥା ଖୁସି ଦିବସ । ସାଂପ୍ରତିକ ପରିସ୍ଥିତିରେ ଦିନକୁ ଦିନ ମଣିଷର ସମସ୍ୟା ବଢିବାରେ ଲାଗିଛି । ସ୍ୱାର୍ଥପରତା ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିିଛି । ଫଳରେ ସାମାଜିକ ସୁଖଶାନ୍ତି ଓ ଖୁସି ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ସୁଖଶାନ୍ତି ଲାଭ କରିବାର ପ୍ରକୃଷ୍ଠ ପନ୍ଥା କଣ ସେ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି ଦିବସ ପାଳନ ସକାଶେ ଗତ ୨୦୧୨ ମସିହା ଜୁନ୍‍ ମାସ ୨୮ ତାରିଖରେ ଜାତିସଂଘ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ୨୦୧୩ ମସିହା ମାର୍ଚ୍ଚ ମାସ ୨୦ ତାରିଖ ଠାରୁ ପ୍ରଥମ ଅନ୍ତର୍ଜାତୀୟ ଖୁସି ଦିବସ ପାଳନ ହୋଇଆସୁଥିବା ଜଣାପଡିଛି । ଦୈନନ୍ଦିନ ଜୀବନରେ ଖାଦ୍ୟ, ବାସଗୃହ ଯେମିତି ନିତାନ୍ତ ଆବଶ୍ୟକ ସୁଖଶାନ୍ତି ଓ ଖୁୁସି ମଧ୍ୟ ସେପରି ମାନବ ଜୀବନରେ ନିତାନ୍ତ ଅପରିହାର୍ଯ୍ୟ । ଜନସାଧାରଣଙ୍କୁ ଖୁସି ତଥା ସୁଖଶାନ୍ତିର ରହସ୍ୟ ବିଷୟରେ ଅବଗତ କରାଇବା ପାଇଁ ସମଗ୍ର ବିଶ୍ୱରେ ମାର୍ଚ୍ଚ ମାସ ୨୦ ତାରିଖକୁ ଖୁସି ଦିବସ ରୂପେ ପାଳନ କରାଯାଇଆସୁଛି । ଆଜିକାର ବ୍ୟସ୍ତବହୁଳ ଜୀବନରେ ନାନା ସମୟରେ ବହୁ ବ୍ୟକ୍ତି ନାନା ପ୍ରକାର ତାପ ଓ ଚିନ୍ତାରେ ଅଧିକ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି ଯାହାରି ଫଳରେ ବହୁ ବ୍ୟକ୍ତିଙ୍କ ଜୀବନ କେତେକ ସମୟରେ ନିରଶ ହୋଇଯାଉଛି । ଯଦିଓ ମାର୍ଚ୍ଚ ମାସ ୨୦ ତାରିଖରେ ଖୁସି ତଥା ସୁଖଶାନ୍ତି ଦିବସ ପାଳନ କରିବାକୁ ସ୍ଥିର କରାଯାଇଛି କିନ୍ତୁ ପ୍ରତ୍ୟେକ ଦିନ ମାନବ ସମାଜ ଖୁସି ଓ ସୁଖଶାନ୍ତିରେ ରହିବା ନିତାନ୍ତ ଆବଶ୍ୟକ । ଖୁସି ହେଉଛି ମାନବ ସମାଜର ମୌଳିକ ଅଧିକାର । ତେଣୁ ସାଧାରଣ ଜନତା ଜୀବନରେ ସୁଖଶାନ୍ତି ଓ ଖୁସିର ମହତ୍ୱକୁ ହୃଦବୋଧ କରି ସଚେତନ ହେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ