ହଦଗଡ଼ ଠାରେ ବନାଗ୍ନି ନିରାକରଣ ସଚେତନତା ଅଭିଯାନ

ହାଟଡିହି (ଓ୍ବାଇଏନଏସ):  ଗ୍ରିନି ଓଡ଼ିଶା,  କେନ୍ଦୁଝର ବଞ୍ଚାଅ ମଞ୍ଚ ତରଫରୁ ପ୍ରକୁତିବନ୍ଧୁ ବିଶ୍ବରଞ୍ଜନ ବେହେରାଙ୍କ ସଂଯୋଜନାରେ ବନାଗ୍ନି ନିରାକରଣ ସଚେତନା ଅଭିଯାନ ହଦଗଡ଼ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୋ ଯୋଗଦେଇ ଜଙ୍ଗଲର ଉପକାରିତା,  ବନାଗ୍ନି  ନିରାକରଣ,  ଜୀବଜନ୍ତୁ ମାନଙ୍କୁ ନିଆଁ ଦାଉରୁ କିପରି ସୁରକ୍ଷା ଦିଆଯିବ ସେନେଇ ଆଲୋକପାତ କରିଥିଲେ। ଜୈବବିବିଧତା ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ସଂଗଠନ ଦ୍ବାରା ଆୟୋଜିତ  ପାଲା ପରିବେଷଣ  ମାଧ୍ୟମରେ ବନାଗ୍ନି ସଚେତନାକୁ ଉଚ୍ଚ ପ୍ରଶଂସା କରିଥିଲେ। ଉକ୍ତ ସଭାରେ ପାଲା ଗାୟକ  ମୋହନ କୁମାର ତ୍ରିପାଠୀଙ୍କ ପାଳାଦଳ ବନାଗ୍ନି ନିରାକରଣ,ଔଷଧ୍ୟୟ ବୃକ୍ଷ ଓ ଗୁଳ୍କ ଜଙ୍ଗଳର ମହାତ୍ମ୍ୟ ଉପରେ ପାଲା ପରିବେଷଣ କରିଥିଲେ। ପାଲା କଳାକାର ବାୟକ  ସୁରେନ୍ଦ୍ର କୁମାର ଦେହୁରୀ ହାସ୍ୟ କଳାକାର ସୁନିଲି କୁମାର ବେହେରା ପାଲାର ମୁଖ୍ୟ ଆକର୍ଷିତ ଥିଲେ l କେନ୍ଦୁଝର ବଞ୍ଚାଅ ମଞ୍ଚର ସଭାପତି ଶ୍ରୀ ଦାମୋଦର ବେହେରା ହଦଗଡ଼ ଏମ୍ ବିକେ ଅଞ୍ଜନା ନାୟକ, ସିଆରପି ରଜନୀ ରାଣୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଶତାଧିକ ମହିଳା ଯୁବକ ମାନେ ପରିବେଶ ସମ୍ବଳିତ  ପାଲାକୁ ମନଭରି ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ