ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଓ ରାଜନୈତିକ ବିକାଶ କରିବାକୁ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକ ଅଧୀନ ଖଣ୍ଡାସାହି ସ୍ଥିତ ବିନୋଦିନୀ କଲ୍ୟାଣ ମଣ୍ଡପ ରେ ନୂଆଗଡ ମଣ୍ଡଳ ଓ ଅସ୍ତରଙ୍ଗ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ “ଅନୁଷ୍ଠିତ ହୋଇଯାଇଛି। ବିଜେପି କିପରି ତୃଣମୂଳ ସ୍ତରରେ ସଂଗଠନ କୁ ସୁଦୃଢ କରିବ, ଆଗାମୀ ପଂଚାୟତ ନିର୍ବାଚନ ଜିତିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ସହ ଦଳୀୟ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯିବ ଜଣାପଡିଛି। ନୂଆଗଡ ମଣ୍ଡଳ ସଭାପତି ନରେଶ ପତି ଓ ଅସ୍ତରଙ୍ଗ ମଣ୍ଡଳ ସଭାପତି ଇନ୍ଦ୍ରମଣୀ ଜେନା କହିଛନ୍ତି, ଶୃଙ୍ଖଳା ଓ ଅନୁଶାସନ କୁ ଗୁରୁତ୍ୱ ଦେବା, ସିଦ୍ଧାନ୍ତ, ବିଚାର ଓ ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବିକାଶ ପାଈଁ କେଁଉ ବିଷୟରେ ପ୍ରଶିକ୍ଷଣ ରହିବ ସେ ସବୁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇଥିଲା। ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ନିଜ ବକ୍ତବ୍ୟରେ କହିଥିଲେ ପ୍ରଥମେ ରାଷ୍ଟ୍ର, ଦ୍ୱିତୀୟ ରେ ସଂଗଠନ, ତୃତୀୟ ତଥା ଶେଷ ରେ ବ୍ୟକ୍ତିତ୍ୱ। ଏହା ହେଉଛି ବିଜେପି ମୂଳମନ୍ତ୍ର। ଏହି ପ୍ରଶିକ୍ଷଣ ଶିବିରରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାଏକ, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ନୂଆଗଡ ମଣ୍ଡଳ ସଭାପତି ନରେଶ ପତି, ଅସ୍ତରଙ୍ଗ ମଣ୍ଡଳ ସଭାପତି ଇନ୍ଦ୍ରମଣୀ ଜେନା, ଈଶ୍ୱର ବେହେରା, ପ୍ରତାପ ଚନ୍ଦ୍ର ପରିଡା,ପ୍ରଦୀପ୍ତ ପରିଡା, କଳ୍ପତରୁ ସେନାପତି, ଜିତେନ୍ଦ୍ର ସ୍ୱାଇଁ, ଚିତ୍ତରଞ୍ଜନ ଦାଶ ସମେତ ଅସ୍ତରଙ୍ଗ ବ୍ଲକ ବିଭିନ୍ନ ପଂଚାୟତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କର୍ମଶାଳା ଆଗାମୀ ଦିନରେ ସଂଗଠନ କୁ ଆହୁରି ସଶକ୍ତ କରିବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କୁ ନୂତନ ପ୍ରେରଣା ଦେବ ବୋଲି ଆଶା ବ୍ୟକ୍ତ କରାଗଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ