କ୍ରୋମାଇଟ ମାଇନ୍ସ ମଜଦୁର ସଂଘ ପକ୍ଷରୁ ଶ୍ରମିକ ସମାବେଶ

ହାଟଡିହି (ଓ୍ବାଇଏନଏସ): ମା ବଉଳାଶୁଣୀ କ୍ରୋମାଇଟ ମାଇନ୍ସ ମଜଦୁର ସଂଘ ପକ୍ଷରୁ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୟୁନିୟନ ସଭାପତି ଉମାକାନ୍ତ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାବେଶରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟ ନିର୍ବାହୀ ମନୋଜ ବସନ୍ତ ରାୟ, ଉପସଭାପତି ଶାନ୍ତନୁ ମହାପାତ୍ର, ରମେଶ ଚନ୍ଦ୍ର ବାରିକ, ଗଣେଶ୍ୱର ପାତ୍ର, ଅରୁଣ କୁମାର ମହାନ୍ତ, ଜିଲ୍ଲା ଟ୍ରକ ମାଲିକ ସଂଘ ରବୀନ୍ଦ୍ର କୁମାର ଜେନା, ବଉଳାଶୁଣୀ କ୍ରୋମାଇଟ ମାଇନ୍ସ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ରାଉତ, ଉପସଭାପତି ଟିକି କିସ୍କୁ, ସାଧାରଣ ସମ୍ପାଦକ ଗିରିଧାରୀ ହୋ, ଉପ ସଭାପତି ନାରାୟଣ ନାୟକ, ଉପଦେଷ୍ଟା ଯୁଧିଷ୍ଟିର ମଲ୍ଲିକ, ସହ ସମ୍ପାଦକ କମଳାକାନ୍ତ ମହାରଣା, ରାଜେନ୍ଦ୍ର କୁମାର ଜେନା, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହୁରୀ,  କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ପାତ୍ର, ଶ୍ରୀକାନ୍ତ ଜେନା, ଅଶୋକ କୁମାର ରାଉତ, ଅନାଦି ଚରଣ ସାହୁ ପ୍ରମୁଖ ଯୋଗଦେଇ ଏହି ୟୁନିୟନ ଶ୍ରମିକ ମାନଙ୍କ ସ୍ୱାର୍ଥ କୁ ନେଇ କାମ କରିବ। ଶ୍ରମିକ ମାନେ କିପରି ସେମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବେ,  ବେଆଇନ ଛଟେଇକୁ ବନ୍ଦ କରାଯିବ, ଶ୍ରମିକ ମାନେ ନିୟମିତ ଦରମା ପାଇବେ, ବୋନସ, ପିଏଫ ଆଦି ପାଇବେ, ସେମାନଙ୍କୁ କିପରି ସୁରକ୍ଷା ଯୋଗାଯାଇ ପାରିବ ସେନେଇ  ସଂଗଠନ ପକ୍ଷରୁ ଖଣି କର୍ତ୍ତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଜିଲ୍ଲାପାଳ ଓ ଏସ ପି ଙ୍କୁ ଦାବିପତ୍ର ପଠା ଯାଇଥିଲା। ପ୍ରାରମ୍ଭରେ ବାଙ୍ଗୋର ଲକ୍ଷେଶ୍ୱର ଶିବ ମନ୍ଦିର ନିକଟରୁ ହଜାର ହଜାର ଶ୍ରମିକ ଏକ ଶୋଭାଯାତ୍ରାରେ ସଭାମାଞ୍ଚ ନିକଟକୁ ଯାଇଥିଲେ। ନୂତନ କରି ପଞ୍ଜିକୃତ ହୋଇଥିବା ଏହି ଶ୍ରମିକ ୟୁନିୟନକୁ ଦୃଢ଼ଭୂତ କରିବା ପାଇଁ ସଂଗଠନ ପକ୍ଷରୁ  ଆହ୍ୱାନ ଦିଆ ଯାଇଥିଲା। ଏଠାରେ ଅନେକ ବର୍ଷ ଧରି ତିନି ତିନୋଟି କ୍ରୋମାଇଟ ଖଣି ଚାଲିଥିବା ବେଳେ ଏଠାରେ ସେପରି ବିକାଶ ମୂଳକ କାର୍ଯ୍ୟ ହୋଇ ନଥିବା ଭାରତୀୟ ମଜଦୁର ସଂଘର ନେତା ମନୋଜ ବସନ୍ତ ରାୟ ମତବ୍ୟକ୍ତ କରିଥିଲେ। ଏଠାରେ ଭଲ ସ୍ୱାସ୍ଥ୍ୟକେନ୍ଦ୍ର, ଭଲ ସ୍କୁଲ, ଭଲ କଲେଜ ଟିଏ ମଧ୍ୟ ସ୍ଥାପନ ହୋଇପାରି ନଥିବାରୁ ବଉଳାଶୁଣୀ କ୍ରୋମାଇଟ ମାଇନ୍ସ ମଜଦୁର ସଂଘ ଏହା ଉପରେ ଗୁରୁତ୍ୱ ଦେବ ବୋଲି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ