ମୁଖ୍ୟଚିକିତ୍ସାଳୟ ପକ୍ଷରୁ ମାଗଣା ଚିକିତ୍ସା ଶିବିର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ପୌରାଳିକା ଦୃଷ୍ଟିବାଧିତ ବିଦ୍ୟାଳୟରେ ମାଗଣା ଚିକିତ୍ସା ଶିବିର ଆୟୋଜିତହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ ଯୋଗଦେଇ ଏହାର ଭୂୟସୀ ପ୍ରଶଂସା କରି ଏହା ଦୃଷ୍ଟି ବାଧିତ ପିଲାମାନଙ୍କୁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ। ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା. ସୁଶ୍ରୀ ଜେନା, ଅଡିଓଲୋଜିଷ୍ଟ ଚନ୍ଦନ ବେହେରା ୨୫ ଜଣ ଦୃଷ୍ଟିବାଧିତ ପିଲାଙ୍କୁ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ। କମୁନିଟି ସୁପର୍ଭାଇଜର ସୌମ୍ୟା ପୁଷ୍ପା ମିଶ୍ର, ଆଶା ଅମ୍ବିକାବାଳା ନାଥ, ଏଏନଏମ୍ କନକଲତା ସାହୁ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱପ୍ନାଶୁ ଦାସ, ଶିକ୍ଷକ ବଟକୃଷ୍ଣ ବାରିକ୍, ଅରୁଣ କୁମାର ବେହେରା, ସୋନାଲିକା ସ୍ୱାଇଁ, ଭରତ କୁମାର ସାହୁ, କର୍ମଚାରୀ ମହେନ୍ଦ୍ର ସିଂ, ଗୀତାଞ୍ଜଳୀ ଦାସ, ଅଲେଖ ଜେନା,ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।


