ବିବେକାନନ୍ଦ ନନ୍ଦ ଶିକ୍ଷା କେନ୍ଦ୍ରର ୩୩ତମ ବାର୍ଷିକ ଉତ୍ସବ
ମୁନିଗୁଡା,୨୫/୩ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ବିବେକାନନ୍ଦ ନନ୍ଦ ଶିକ୍ଷା କେନ୍ଦ୍ରର ୩୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ମାତୃ ପ୍ରସାଦ ଦାସଙ୍କ ସଭାପତିତ୍ୱ ଓ ବରିଷ୍ଠ ଆଚାର୍ଯ୍ୟ ହରେନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁନିଗୁଡା ଅତିରିକ୍ତ ତହସିଲଦାର ବ୍ରଜଗୋପାଲ ଦାସ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ,ସମ୍ମାନିତ ଅତିଥିଭାବେ ବିଇଓ ଗଣେଶ ଶବର, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ମୁଖ୍ୟ ପରିଚାଳିକା ବ୍ରହ୍ମାକୁମାରୀ ଦୀପା,ସ୍ତମ୍ଭକାର ମନୋରଞ୍ଜନ ଦଳାଇ,ପରିଚାଳନା କମିଟି ସଭାପତି କେଶବ ସାହୁକାର ଓ ସମ୍ପାଦକ ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ। ପରେ ଅତିଥି ମାନଙ୍କୁ ଶିକ୍ଷା କେନ୍ଦ୍ର ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସଭାପତି ଶ୍ରୀ ସାହୁକାର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ ଓ ଦକ୍ଷତାକୁ ବିକଶିତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଏହି ବାର୍ଷିକ ଉତ୍ସବର ମୁଖ୍ୟ ଉଦ୍ଧେଶ୍ୟ ବୋଲି ପ୍ରକାଶ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଡିବା ସହ ଭଲ ମଣିଷ ହେବା ଏବଂ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ନିଜର,ବିଦ୍ୟାଳୟ ଓ ପରିବାର ଜନଙ୍କ ନାମ ରଖିବାକୁ ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଦେବାକୁ ଓ ବିଭିନ୍ନ କ୍ଷେତ୍ରରେ ପରିଦର୍ଶିତା ହେବାକୁ ପରାମର୍ଶ ଦେବା ସହ ସାମାଜିକ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବାର୍ଷିକ ପରୀକ୍ଷାରେ ଓ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ପ୍ରମାଣପାତ୍ର, ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ସୁନ୍ଦର ସ୍ୱାଗତ ନୃତ୍ୟ, ଦେଶାତ୍ମକ ସଙ୍ଗୀତ ନୃତ୍ୟ,ଜନଜାତି ସମ୍ପ୍ରଦାୟ ନୃତ୍ୟ ଏବଂ ନୁର୍ତ୍ୟ ମାଧ୍ୟମରେ ବିଭିନ୍ନ ସଚେତନତା ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହାକି ଉପସ୍ଥିତ ସମସ୍ତ ଅତିଥି,ଅଭିଭାବକ ଓ ଜନସାଧାରଣ ମାନଙ୍କ ମନମୁଗ୍ଧ କରିଥିଲା। ଶେଷରେ ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ମାତୃ ପ୍ରସାଦ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶିକ୍ଷା କେନ୍ଦ୍ରର ଆଚାର୍ଯ୍ୟ ଅମରେନ୍ଦ୍ର ସ୍ୱାଇଁ,ଗୁରୁମା ରାଜେଶ୍ୱରୀ ବେହେରା, ସଂଯୁକ୍ତା ମହାରଣା, ସଂଯୁକ୍ତାବାଳା ରଥ,ସନ୍ତୋଷୀ ଗୈ।ଡ଼,ସୁନୀତା ସାସମଲ, ଲିଲି ଆଚାରୀ, ଗୋଲାପୀ ପୁଜାରୀ,ରାନୁ ରାଣୀ ପ୍ରଧାନ, ସୁନୀତା ରାଉତ,ବସୁମତୀ ବେହେରା,କୁନି ବେହେରା,ରେଶ୍ମା ଦଣ୍ଡସେନା,ସସ୍ମିତା ଗୌଡ଼ ପ୍ରମୁଖଙ୍କ ସମେତ ଅନ୍ୟ ଆଚାର୍ଯ୍ୟ,ଗୁରୁମା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।


