ମେଗା ସ୍ୱାସ୍ଥ୍ୟ ଶିବିର

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଏହା ଶ୍ରେଷ୍ଠ ସମ୍ପତି। ଆଜି ବି ଅନେକ ଲୋକ ସମୟ ଅଭାବରୁ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି। ତେଣୁ ସେମାନେ କିପରି କିଭଳି ସୁସ୍ଥ ରହିବେ ସେ ନେଇ ଅଣ୍ଟା ଭିଡିଛି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଓ ଅନନ୍ତ ବାସୁଦେବ ଅନୁଷ୍ଠାନ। କେବଳ ସ୍ୱାସ୍ଥ୍ୟ ନୁହେଁ ଲୋକଙ୍କୁ କିଭଳି ସେବା ଯୋଗାଇବା ପାଇଁ ଅହରହ ପ୍ରୟାସ କରିଛି ସିଦ୍ଧିବିନାୟକ ଚାରିଟେବୁଲ ଟ୍ରଷ୍ଟ।ବୁଧବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଖଣ୍ଡାସାହି ସ୍ଥିତ ପ୍ରଭୁ ଅନନ୍ତ ବାସୁଦେବ ଗାଦି ନିକଟରେ ଅନନ୍ତ ବାସୁଦେବ ଅନୁଷ୍ଠାନ ସାଙ୍ଗଠନିକ ସଦସ୍ୟ ଓ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ମିଳିତ ଉଦ୍ୟମ ରେ  ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଅତିଥି ଭାବେ ସିଦ୍ଧିବିନାୟକ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶ୍ରୀ ଯୁକ୍ତ ସତ୍ୟପ୍ରିୟ ବେହେରା, କାର୍ଯ୍ୟକାରୀ ସଭାପତି ରାକେଶ କୁମାର ବିଶ୍ୱାଳ (ରିଙ୍କୁ ) ପ୍ରମୁଖ ଉପସ୍ଥିତ ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟନ ହୋଇଥିଲା। ଟ୍ରଷ୍ଟ ସଭାପତି ସତ୍ୟପ୍ରିୟ ବେହେରା ଓ କାର୍ଯ୍ୟକାରୀ ସଭାପତି ରାକେଶ ବିଶ୍ୱାଳ  ନିଜ ବକ୍ତବ୍ୟରେ କହିଥିଲେ ଗ୍ରାମାଞ୍ଚଳ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଏଭଳି ପ୍ରୟାସ ଜାରୀ ରଖିଛନ୍ତି। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ୫୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ଙ୍କୁ ମାଗଣା ପ୍ରଚକ (ଚଷମା )ବଣ୍ଟନ କରାଯାଇଥିଲା।ଶିବିରରେ ଅଭିଜ୍ଞ ଡକ୍ଟର ରୋଗୀ ଙ୍କୁ ଚିକିତ୍ସା କରିଥିଲେ। ଶିବିରରେ ବିଶେଷଜ୍ଞ ଚିକିତ୍ସଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। କେବଳ ବ୍ଲଡ଼ ପ୍ରେସର ସୁଗାର ଆଦି ନୁହେଁ ସମସ୍ତ ପ୍ରକାର ପରୀକ୍ଷା କରାଯାଇଥିଲା। ଆଖି ଠାରୁ ଆରମ୍ଭ କରି  ଦନ୍ତ, ଶଲ୍ୟ, ଅସ୍ଥିଶଲ୍ୟ, କୀଡିନ ରୋଗ, ଭେଷଜ (ମେଡ଼ିସିନ ), ଦନ୍ତ ରୋଗ, ଶରୀର ଯନ୍ତ୍ରଣା ଜନିତ ରୋଗ ସହ ୩ଶହ ରୁ ଉର୍ଦ୍ଧ ଲୋକ ଙ୍କୁ ମାଗଣା ଔଷଧ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କରାଯିବା ସହ ଡକ୍ଟରଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିଲା।ଏପରିକି ବୟସ୍କ ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଶିବିରମଧ୍ୟ କରାଯାଇଥିଲା। ମେଡିକାଲ କଲେଜ ଓ ହସ୍ପିଟାଲ ରେ ଯେଉଁ ବିଶେଷଜ୍ଞ ଡାକ୍ତର ଙ୍କୁ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ବା ଦିନଦିନ ଲାଗିଯାଇଥାଏ ସେହିଭଳି ଡକ୍ଟର ଲୋକ ଙ୍କ ଦ୍ୱାର ଦେଶରେ ଟ୍ରଷ୍ଟ ପହଞ୍ଚାଇ ମାଗଣା ସେବା ଓ ଔଷଧ ଯୋଗାଇଇଥାଏ।ଏହି ଶିବିର ରେ ଓଁ ଅନନ୍ତ ବାସୁଦେବ ଅନୁଷ୍ଠାନ ସଦସ୍ୟ ଙ୍କ ମଧ୍ୟରେ ନରୋତ୍ତମ ସ୍ୱାଇଁ, ସତ୍ୟବ୍ରତ ସ୍ୱାଇଁ (ଫୁକୁ ), କାଳିଆ ସାହୁ, ତପନ ସ୍ୱାଇଁ ପ୍ରମୁଖ  ପରିଚାଳନା କରିଥିଲେ।ଗ୍ରାମାଞ୍ଚଳ ରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ହୋଇଥିବାରୁ ଟ୍ରଷ୍ଟ ସଭାପତି ଓ କାର୍ଯ୍ୟକାରୀ ସଭାପତି ଙ୍କୁ ଲୋକେ ପ୍ରଶଂସା କରିଥିଲେ। ଲୋକଙ୍କ ପାଇଁ ଏହିଭଳି ଶିବିର ଆଗକୁ ମଧ୍ୟ ଜାରୀ ରହିବ ବୋଲି ଟ୍ରଷ୍ଟ ତରଫରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ