ସମାଜସେବିକା ତନୁଜା ଶତପଥୀ ପାଇଲେ ଆନ୍ତଜାତୀୟ ଏଚିଭର୍ସ ଆୱାର୍ଡ -2026
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ପ୍ରମୁଖ ସମାଜସେବିକା ତଥା ଅଗ୍ରଣୀ ମହିଳା ସଂଗଠନ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀଙ୍କୁ ଭୁବନେଶ୍ବରର ଜୟଦେବ ଭବନ ଅଡିଟରିଅମ୍ ହଲ ଠାରେ ହାପି ମୋମେଣ୍ଟ ଇଣ୍ଡିଆର ୧୪ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଷ୍ଠିତ “ଆନ୍ତର୍ଜାତୀୟ ସଫଳତା ପୁରସ୍କାର ସମାରୋହ-୨୦୨୬” କାର୍ଯ୍ୟକ୍ରମରେ “ଆର୍ନ୍ତର୍ଜାତୀୟ ସଫଳତା ପୁରସ୍କାର ତଥା “ଅନ୍ଧର୍ଜାତୀୟ ଏଚିଭର୍ସ ଏୱାର୍ଡ-୨୦୨୬″ ସମ୍ମାନ ଦେଇ ସମ୍ବନ୍ଧିତ କରାଯାଇଛି। ଶ୍ରୀମତୀ ତନୁଜା ଶତପଥୀ ତାଙ୍କର ଅସାଧାରଣ ସମର୍ପଣ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଏବଂ ଅବଦାନ ପାଇଁ ତାଙ୍କୁ ଏହି ଅନ୍ତର୍ଜାତୀୟ ସଫଳତା ପୁରସ୍କାର ତଥା ଅନୁର୍ଜାତୀୟ ଏଚିଭର୍ସ ଏୱାର୍ଡ-୨୦୨୬ ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟତଃ ନାରୀ ସଶକ୍ତିକରଣ, ସାମାଜିକ ସେବା, ଲେଖ୍କା ଏବଂ କଣ୍ଠଶିଳ୍ପୀ ଭାବେ ନାରୀ ସମାଜରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଶ୍ରୀମତୀ ଶତପଥୀ ଉତ୍ସର୍ଗୀକୃତ ସମାଜସେବୀ ସାଙ୍ଗକୁ ବର୍ତ୍ତମାନ ସେ ପାରଳାଖେମୁଣ୍ଡି ସହରରେ ଥିବା ଅଗ୍ରଣୀ ମହିଳା ଅନୁଷ୍ଠାନ ପ୍ରଗତୀ ମହିଳା ସଂଗଠନର ପ୍ରତିଷ୍ଠାତା ଓ ସମ୍ପାଦିକା ଅଛନ୍ତି। ତତ୍ ସଙ୍ଗେ ସଙ୍ଗେ ସେ “ନିୟତି” ମାନସିକ ଅନଗ୍ରସର ବିଦ୍ୟାଳୟର ସମ୍ପାଦିକା ଏବଂ ଗ୍ରାହକ ସୁରକ୍ଷା ଅଧିକାର ସଂଘର ଜିଲ୍ଲା ସମ୍ପାଦିକା ଅଛନ୍ତି।ଯଦିଓ ତାଙ୍କର ଅଟଳ ପ୍ରତିବଦ୍ଧତା, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଏବଂ ସେବା ମନୋଭାବ ଯୋଗୁଁ ସେ ନିଜ ନିଜ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇ ଆସୁଥିବା ସହ ତାଙ୍କର ଉତ୍କର୍ଷତା, ସାଧୁତା ଏବଂ ନବସୃଜନ ମାଧ୍ୟମରେ ଅଗଣିତ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିବାରେ ସଫଳ ହୋଇ ପାରିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ଏବଂ ସମାଜ ପ୍ରତି ମୂଲ୍ୟବାନ ସେବାର ପ୍ରଶଂସାରେ, ଏହି ମର୍ଯ୍ୟାଦା ଜନକ ସମ୍ମାନ, ଗର୍ବର ସହିତ ସ୍ବୀକୃତି ଏବଂ ପ୍ରଶଂସାର ପ୍ରତୀକ ଭାବରେ ଉପସ୍ଥାପିତ ହେଉଛି। ଏହି ସ୍ବୀକୃତି ସମାଜ ଏବଂ ମାନବତା ପାଇଁ ନିରନ୍ଧର ଉତ୍କର୍ଷତା ଏବଂ ଅଧୂକ ଅବଦାନ ଭବିଷ୍ୟତ ଚଲାପଥ ପାଇଁ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରୁ। ଏହି ଶୁଭମୟ ସମୟରେ ତାଙ୍କର ଏଭଳି କୃତିତ୍ବ ଓ ସଫଳତା ଅବସରରେ ପାରଳା ସହରର ବିଭିନ୍ନ ସାରସ୍ବତ ଓ ସାଂସ୍କୃତିକ ଅନୁଷ୍ଠାନ, ବହୁ ଶୁଭାକାଂକ୍ଷୀ ଏବଂ ବିଭିନ୍ନ ମହଲରେ ତନୁଜା ଶତପଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମତୀ ତନୁଜା ଶତପଥୀଙ୍କୁ ଏହି ଅନୁର୍ଜାତୀୟ ଏଚିଭର୍ସ ଏୱାର୍ଡ ସମ୍ମାନ ରେ ସମ୍ବଦ୍ଧିତ କରାଯିବା ସମୟରେ ଭୁବନେଶ୍ବର (ମଧ୍ୟମ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ହାପି ମୋମେଣ୍ଟ ଇଣ୍ଡିଆର ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର, ସାଂଗଠାନିକ କମିଟି ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ତାମିଲନାଡୁର ତିରୁବନ୍ନାମଲାଇ ଠାରେ ଥିବା ବୈଦିକ ବିଶ୍ବବିଦ୍ୟାଳୟର କୁଳପତି ଡଃ ହରିହର କାନୁନଗୋ ଏବଂ ଡଃ ଅଜିତ କୁମାର ମହାପାତ୍ର ପ୍ରମୁଖ ମଞ୍ଚ ଉପରେ ଏୱାର୍ଡ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥୂଲେ।


