ରାମନବମୀ ପାଇଁ ପୋଲିସ ଆମ ସମିତି ବୈଠକ

ହାଟଡିହି (ଓ୍ବାଇଏନଏସ): ଆସନ୍ତା ରାମନବମୀକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ନନ୍ଦିପଦା ଥାନାର ପୋଲିସ ଆମ ସମିତି ପକ୍ଷରୁ ଏକ ବୈଠକ ଓରାଳି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ନନ୍ଦିପଦା ଥାନା ଇନିସ୍ପେକ୍ଟର ବଳିଆ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏ ଏସ ଆଇ ସୁଷମା ସେଠୀ, ଆମ ପୋଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, ଧୁଶାସନ ସାହୁ ପ୍ରମୁଖ ଯୋଗଦେଇ ରାମନବମୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ କିପରି ସମାପନ କରାଯିବ ତାହା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ଶୋଭାଯାତ୍ରା, ଡାକଵାଜି ଯନ୍ତ୍ର ବ୍ୟବହାର, ନିଶା କାରବାର ବନ୍ଦ କରିବା ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଶିକ୍ଷାବିତ ବିନୋଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଆନନ୍ଦ ନାୟକ, ଉତ୍ସବ ଜେନା, ପ୍ରସନ୍ନ କୁମାର ଜେନା, ପ୍ରଶାନ୍ତ କୁମାର ରାଉତ, ରମେଶ ଚନ୍ଦ୍ର ନାୟକ, ମୃତ୍ୟୁଞ୍ଜୟ ନାୟକ, ସଦାନନ୍ଦ ଲେଙ୍କା, ସୌଭାଗ୍ୟ ମହାନ୍ତି, ଦିବ୍ୟ ରଞ୍ଜନ କର, ପ୍ରିୟ ରଞ୍ଜନ ଭୋଇ, ବିଦ୍ୟାଧର ନାୟକ, ବାସୁଦେବ ଜେନା ପ୍ରମୁଖ ଓରାଳି ଓ ଡ଼ଅଁର ରାମ ନବମୀ ପୂଜା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ। ଓରାଳି ରାମନବମୀ ପୂଜା ଓ ଯାତ୍ରା ସମୟରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନିଆ ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ