ପାଖେଇ ଆସୁଛି ସାଧନା ଓ ପରମ୍ପରାର ପର୍ବ ଦଣ୍ଡନାଚ

ଆସିକା  (ୱାଇଏନ୍‍ଏସ୍‍): ଆଉମାତ୍ର ଗୋଟିଏ ଦିନ ପରେ ବାବନପୁର ଗ୍ରାମରେ ଆରମ୍ଭ ହେବ ଜଗତ୍‍ଜନନୀ, ଶକ୍ତିପ୍ରଦାୟନୀ, ଅଭୟଦାୟିନୀ, ମଙ୍ଗଳପ୍ରଦାୟିନୀ ମା ମହାମାୟୀ କାଳୀଙ୍କ ପାରମ୍ପରିକ ଦଣ୍ଡଯାତ୍ରା । ଏହାକୁ ଦୃଷ୍ଟିରେ ରଖି ବାବନପୁର ଗ୍ରାମର ଅଭିଜ୍ଞ କଳାକାରମାନେ ନାଟକ ରିହାର୍‍ସେଲ୍‍ରେ ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ଯୁବନାଟ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷ ଯାତ୍ରା ଜଗତର ସୁନାମଧନ୍ୟ ନିର୍ଦ୍ଦେଶକ ତଥା ଯାତ୍ରା କିଙ୍ଗ୍‍ ମେକର୍‍ ସୁବାସ କର୍ଣ୍ଣ ଏବଂ ସହ ନିର୍ଦ୍ଦେଶକ ସୁନିଲ୍‍ ନାୟକଙ୍କ ନିର୍ଦ୍ଦେଶନା ସାଙ୍ଗକୁ ବାବନପୁର ଗ୍ରାମର ମା ଦଣ୍ଡକାଳୀ ମନ୍ଦିର ପରିଚାଳନା କମିଟି ସଭାପତି, ଗ୍ରାମବାସୀ, ଦଣ୍ଡଯାତ୍ରା କମିଟି ଓ କଳାକାରମାନଙ୍କ ପ୍ରତ୍ୟେକ୍ଷ ସହଯୋଗରେ ପରିବେଶିିତ ହେବାକୁ ଥିବା ମହାନ୍‍ ସାମାଜିକ ନାଟକ ଦରିଆ କୂଳର ଦରଦି ବନ୍ଧୁ ସକାଶେ ଅଭ୍ୟାସ ଜୋର୍‍ସୋରରେ ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ଦଣ୍ଡଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରେ କାମ କରୁଥିବା ଦାଦନ ଶ୍ରମିକମାନେ ଗାଁମୁହାଁ ହେବାରେ ଲାଗିଥିବା ଦେଖିବାକୁ ମିଳୁଛି । ସେହିଭଳି ଦଣ୍ଡଯାତ୍ରା କରିବା ପାଇଁ ମଧ୍ୟ ମାନସିକଧାରୀମାନେ ବେଶ୍‍ ଉତ୍ସାହିତ ହୋଇ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ସାଧନା ଓ ପରମ୍ପରାର ପର୍ବ ଦଣ୍ଡନାଚ ବାବନପୁର ଗ୍ରାମରେ ଆଉମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଥିବା ବେଳେ ରାତ୍ର ସମୟରେ ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ ପାଇଁ ବିଭିନ୍ନ ଗ୍ରାମର କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ଦଣ୍ଡଯାତ୍ରା କମିଟି ପକ୍ଷରୁ ସେମାନଙ୍କ ଦଣ୍ଡଦଳର ନାଟକ କିପରି ଅଧିକ ଲୋକପ୍ରିୟ ଓ ଆକର୍ଷଣୀୟ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି କଳାକାରମାନଙ୍କୁ ନିଖୁଣ ଅଭିନୟ କରିବା ପାଇଁ ପ୍ରେରଣା ଯୋଗାଇବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ସୋସିଆଲ୍‍ ମିଡିଆ ମାଧ୍ୟମରେ ନାଟକକୁ ନେଇ ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳୁଛି । ବାବନପୁର ଗ୍ରାମର କଳାକାରମାନେ ଆଗାମୀ ଦଣ୍ଡଯାତ୍ରାକୁ ଦୃଷ୍ଟିରେ ରଖି ବେଶ୍‍ ପରିଶ୍ରମ କରି ସାମାଜିକ ନାଟକ ଦରିଆ କୂଳର ଦରଦି ବନ୍ଧୁ ରେ ନିଜର ଅଭିନୟକୁ ଜୀବନ୍ତ କରାଇବା ପାଇଁ ରିହର୍‍ସାଲ୍‍ ଚଳାଇଥିବା ଦେଖିବାକୁ ମିଳିଛି । ସମୃଦ୍ଧ ଲୋକକଳା ଓ ଲୋକ ସଂସ୍କୃତିର ମାଟି ଆସିକାରେ ଆଉମାତ୍ର କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ପାରମ୍ପରିକ ଦଣ୍ଡଯାତ୍ରା ପାଇଁ ବର୍ତ୍ତମାନ ଠାରୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପରିବେଶ ଦିନକୁ ଦିନ ଚଳଚଞ୍ଚଳ ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ