୨ କୋଟି ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଅଡ଼ବା ଥାନା କେଶରୀଗୁଡ଼ା ଗ୍ରାମରେ ପୁଲିସ ଗତକାଲି ଚଢ଼ଉ କରି 2 କୋଟିରୁ ଉର୍ଦ୍ଧ ଟଙ୍କାର ୪୦ କ୍ରିଣ୍ଟ୍ରାଲ୍ ୬୦ କିଲୋ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି. ତେବେ ଏହି ଘଟଣାରେ କେହି ଗିରଫ ହୋଇ ନଥିବା ଜଣାପଡିଛି.ଗଜପତି ଏସପି ଯତୀନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦେଶକ୍ରମେ ରା.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁ ନେତୃତ୍ବରେ ଏକ ଟିମ୍ କେଶରୀଗୁଡ଼ା ଗ୍ରାମରେ ଚଢ଼ଉ କରିଥିଲେ । ଜଣେ ବ୍ୟକ୍ତିଙ୍କ ଘରେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ରଖାଯାଇଥିବା ୨୦୨ଟି ଗଞ୍ଜେଇ ବୋଝେଇ ପ୍ଲାଷ୍ଟିକ୍ ଜରି ବ୍ୟାଗ ଜବତ କରାଯାଇଥିଲା। ଏନେଇ ଅଡ଼ବା ଥାନାରେ କେସ ନମ୍ବର ୬୮ରେ ଏକ ମାମଲା ରୁଜୁ ହୋଇଛି. ମୋହନା ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗୁଡିକୁ ଓଜନ କରାଯାଇଥିଲା। ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ