ଅଲ ଓଡିଶା ରତ୍ନାକର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଣ୍ଡିପୁର କପ ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଚଣ୍ଡିପୁର ଟାୱାର ଷ୍ଟାଡିୟମ ଠାରେ ମୁନ୍ ଲାଇଟ୍ କ୍ଲବ ଆୟୋଜନରେ ୧୪ତମ ଅଲ ଓଡିଶା ରତ୍ନାକର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଣ୍ଡିପୁର କପ ୨୦୨୬ ଉଦ୍ଘାଟିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୬ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଉଦ୍ଘାଟନୀ ମ୍ୟାଚ୍ ସଡନ୍ ଆଟାକ୍ ଓ ୟୁନିୟନ ସ୍ପୋଟିଂ ଚଣ୍ଡିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିତି ସଡନ୍ ଆଟାକ୍ ବ୍ୟାଟିଂ ଆରମ୍ଭ କରି ୧୨ ଓଭରରେ ୧୩୦ ରନ୍ କରିଥିଲା । ଜବାବରେ ୟୁନିୟନ ସ୍ପୋଟିଂ ଚଣ୍ଡିପୁର ୧୨ ଓଭରରେ ୧୨୩ ରନ୍ କରି ପରାଜିତ ହୋଇଥିଲା । ଫଳରେ ସଡନ୍ ଆଟାକ୍ ୮ ରନରେ ବିଜୟୀ ହୋଇଥିଲା । ଅମ୍ପାୟର ଭାବେ ଗଜେନ୍ଦ୍ର ଲେଙ୍କା, ସାର୍ଥକ ବିଶ୍ୱାଳ, ଭାଷ୍ୟକାର ଭାବେ ସେକ୍ ଆଝାରୁଦ୍ଦୀନ, ଅନ୍ ଲାଇନ୍ ସ୍କୋରର ଭାବେ ସୟଦ ଆଫ୍ରୋଜ, ଅଫ ଲାଇନ ସ୍କୋରର ଭାବେ ସୟଦ ଅଜରୁଲ ଦାୟୀତ୍ୱ ତଲାଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମୁନ୍ ଲାଇଟ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।


