ବର୍ଷକ ଭିତରେ ୭୭ ମାଓବାଦୀ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି : ଡ଼ିଜିପି

କଟକ, (ଓ୍ବାଇଏନଏସ): ବର୍ଷକ ଭିତରେ ୭୭ ମାଓବାଦୀ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ଫୁଲବାଣୀରେ ମାଓ କାର୍ଯ୍ୟକଳାପ ନେଇ ସମୀକ୍ଷା ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି ଡ଼ିଜିପି । ୨୩ ଜଣ ମାଓବାଦୀ ଏଠୁ ଯାଇ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି। ୨୭ ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ୍ ବେଳେ ନିପାତ କରାଯାଇଛି ବୋଲି ଡ଼ିଜିପି ସୂଚନା ଦେଇଛନ୍ତି। ଏମାନଙ୍କ ଭିତରୁ ୨୦୨୫ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ। ନୂଆପଡ଼ା-ଗରିଆବନ୍ଧ ସୀମାନ୍ତ ଅପରେସନ୍ ରେ ୧୭ ଜଣଙ୍କୁ ନିପାତ କରାଯାଇଥିଲା। ଆଉ ଓଡ଼ିଶାରେ ଏବେ ଏମାନଙ୍କ ସଂଖ୍ୟା ସିଙ୍ଗଲ ଡିଜିଟ୍ କୁ ଖସି ଆସିଛି। ଗୋଟିଏ ଛୋଟ ଗ୍ରୁପ୍ କନ୍ଧମାଳ-ରାୟଗଡ଼ା-କଳାହାଣ୍ଡିରେ କାମ କରୁଛନ୍ତି। ସରେଣ୍ଡର ପାଇଁ ଅପିଲ୍ କରୁଛି, ନଚେତ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବେ ବୋଲି ଚେତାବନୀ ଦେଇଛନ୍ତି ଡିଜିପି । ଫୁଲବାଣୀର ପୋଲିସ ରିଜର୍ଭ ଅଫିସରେ ଡିଜି ଜିଲ୍ଲାର ମାଓ ଗତିବିଧି ଉପରେ ସମୀକ୍ଷା କରିଥିଲେ। ‘ଏସଓଜି, ଡ଼ିଭିଏଫ, ଏସଆଇଡ଼ବ୍ଲୁ, ସିଆରପିଏଫ, ବିଏସଏଫଙ୍କ ସମ୍ମିଳିତ ପ୍ରୟାସରୁ ସଫଳତା ମିଳିଥିବା ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ