ଗ୍ରାହକଙ୍କୁ କମର୍ସିିଆଲ୍ ଏଲ୍ପିଜି ସିଲିଣ୍ଡର ଯୋଗାଣ ବନ୍ଦ
ଆସିକା (ୱାଇଏନ୍ଏସ୍) :ଆମେରିକା ଓ ଇରାନ୍ ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡିଥିବା ସଚେତନ ନାଗରିକ ମହଲରେ ପଡିଥିବା ଆଲୋଚିତ ହେଉଛି । ଆସିକା ଅଞ୍ଚଳରେ ଥିବା ଦୁଇଟି ଗ୍ୟାସ୍ ଏଜେନ୍ସି ଅଧୀନରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ୱ ଘରୋଇ ଓ କମର୍ସିଆଲ୍ ଗ୍ରାହକ ଥିବା ବେଳେ ଗତ ଫେବୃୟାରୀ ମାସ ୨୮ ତାରିଖରୁ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଲାଗିଥିବା ଯୋଗୁଁ ଏଲ୍ପିଜି ସଂକଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ଗ୍ରାହକଙ୍କୁ କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର ଯୋଗାଣ ବନ୍ଦ ହୋଇଥିବା ଯୋଗୁଁ ଆସିକା ଅଞ୍ଚଳର ବହୁ ହୋଟେଲ୍ ମାଲିକ ଚିନ୍ତାରେ ପଡିଯାଇଥିଲା ବେଳେ ହୋଟେଲ୍ ବ୍ୟବସାୟ ମଧ୍ୟ ଆଗାମୀ କିଛି ଦିନ ପରେ ବାଧାପ୍ରାପ୍ତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମାଳମାଳ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଉଠାଦୋକାନୀ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଥିଲା ବେଳେ ବହୁ ବ୍ୟକ୍ତି ସକାଳର ଓ ସନ୍ଧ୍ୟାର ଟିଫିନ୍ ସାଙ୍ଗକୁ ମଧ୍ୟାହ୍ନ ଓ ରାତ୍ରର ଭୋଜନ ପାଇଁ ବାହାର ଖାଦ୍ୟ ଉପରେ ପ୍ରାୟତଃ ନିର୍ଭର କରୁଥିବା ଦେଖିବାକୁ ମିଳୁଛି । ଗତ କିଛିି ଦିନ ହେଲା ଗ୍ରାହକଙ୍କୁ କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର ଯୋଗାଣ ପ୍ରାୟତଃ ବନ୍ଦ ହୋଇଯାଇଥିବା ଯୋଗୁଁ ଖାଦ୍ୟ ବ୍ୟବସାୟ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଚର୍ଚ୍ଚା ହେଉଛି । ସକାଳ ଓ ସନ୍ଧ୍ୟାର ଟିଫିନ୍ ହେଉ କି ମଧ୍ୟାହ୍ନ ଏବଂ ରାତ୍ରର ମିଲ୍ସ ହେଉ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପାଇଁ ଆସିକା ସହରର କେତେକ ହୋଟେଲର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଗତ କିଛି ଦିନ ହେଲା ବାଣିଜ୍ୟିକ ଗ୍ୟାସ ବୁକିଂ ଗତ କିଛି ଦିନ ହେଲା ବନ୍ଦ ରହିଥିବା ଯୋଗୁଁ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସେବା ପ୍ରଭାବିତ ହେବାରେ ଲାଗିଛି । ଗତ କିଛି ଦିନ ଧରି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବ୍ୟବସାୟିକ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି । ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ଉପରେ କଟକଣା ଜାରି କରାଯାଇଥିବା ହୋଟେଲ୍ ବ୍ୟବସାୟ ବିଶେଷ ଭାବେ ପ୍ରଭାବିତ ହେବାରେ ଲାଗିଛି । ସହରର ବିଭିନ୍ନ ସ୍ଥାନରେ ବହୁ ହୋଟେଲଗୁଡିକ ଖୋଲା ରହୁଥିଲେ ବି ମେନୁରେ କାଣ୍ଟଛାଣ୍ଟ କରାଯାଉଥିବା ଦେଖିବାକୁ ମିଳୁଛି କାରଣ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ ରହିଛି । କମର୍ସିଆଲ୍ ସିଲିଣ୍ଡର ବନ୍ଦ ରହିଥିବା ଯୋଗୁଁ କେତେକ ହୋଟେଲ୍ ବ୍ୟବସାୟୀ ନିଜର ବ୍ୟବସାୟ ବନ୍ଦ କରିବା ପାଇଁ ଯୋଜନା କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପୂର୍ବଭଳି ସମସ୍ତ ହୋଟେଲ୍ ଗୁଡିକୁ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଆସିକା ଅଞ୍ଚଳର ଅଗ୍ରଣୀ ରାଜା ହୋଟେଲର ମାଲିକ ଏମ୍.ରାଜେନ୍ଦ୍ର ସେନାପତି ଅନୁରୋଧ କରିଛନ୍ତି ।


