ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ
ଆସିକା (ୱାଇଏନ୍ଏସ୍) :ଆସିକା କଇଁଫୁଲିଆ ଛକ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ୧୭ ତମ ବାର୍ଷିକୋତ୍ସବ ଶିକ୍ଷାନୁଷ୍ଠାନର ପରିଚାଳନା ମୁଖ୍ୟ ବିରୁପାକ୍ଷ ସାମନ୍ତରାୟଙ୍କ ସଂଯୋଜନାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । କଇଁଫୁଲିଆ ଛକ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ବରିଷ୍ଟ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଏ.ଯୁଧିଷ୍ଠିର ଦୋରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମହେଶ୍ୱର ନାହାକ, ଶିକ୍ଷକ ସନ୍ତୋଷ କୁମାର ନାହାକ, ଅଧ୍ୟାପକ ପଞ୍ଚାନନ ନାହାକ, ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଂପାଦକ ସନ୍ତୋଷ କୁମାର ସିୟ, ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟ ବିପ୍ରଚରଣ ଭଂଜ ପ୍ରମୁଖ ଯୋଗଦେଇ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ପାଠପଢା ସହିତ ଖେଳକୁଦ, ସାଧାରଣ ଜ୍ଞାନ, କୁଇଜ, ମେଧାବୃତ୍ତି ପରୀକ୍ଷା, ଏନ୍ଆରଟିଏସ୍ ପରୀକ୍ଷା ଇତ୍ୟାଦି କ୍ଷେତ୍ରରେ ନିଜର ପାରଦର୍ଶିତା ବଜାୟ ରଖିବାରୁ ସକ୍ଷମ ହୋଇପାରିଛନ୍ତି ବୋଲି ପ୍ରକାଶ କରିବା ସହ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ସାଧନା, ତ୍ୟାଗ ଓ କର୍ମତତ୍ପର ହେବାକୁ ପରାମର୍ଶ ଦେଇ କଠିନ ପରିଶ୍ରମ ଓ ଗଭୀର ଆତ୍ମବିଶ୍ୱାସ ସଫଳତାର ଚାବିକାଠି ହୋଇଥିଲା ବେଳେ ଛାତ୍ରଛାତ୍ରୀମାନେ ଭଲ ପାଠପଢି ସୁନାଗରିକ ହେବା ସହ ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରି ପିତାମାତା, ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ କରିଥିଲେ । ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ୧୭ତମ ବାର୍ଷିକୋତ୍ସବ ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିଲା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃôତ କରାଯାଇଥିଲା । ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିମୋହିତ କରିଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଜୟରାମ ଦାଶ, ଦଣ୍ଡପାଣି ସାହୁ, ରାଜେନ୍ଦ୍ର ମହାରଣା, ଗୁରୁମା ରୂପଶ୍ରୀ ମହାରଣା, ଦୀପିକା ନାହାକ, ସ୍ମିତାଞ୍ଜଳୀ ଦାଶ, ବିଜ୍ଞାନୀ ଦାଶ, ସ୍ମୃତି ନାହାକ, ସ୍ୱପ୍ନାରାଣୀ ନାହାକ, ମୂର୍ତ୍ତିମୟୀ ବେହେରା, ମମତା ରାଉତଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଗୁରୁଜୀ ଗୁରୁମା ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


