୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି

ଛତ୍ରପୁର, (ଓ୍ବାଇଏନଏସ): ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ଦ୍ଵିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ଖେଳାଳି। ଛତ୍ରପୁର ଗିଲିଟିପେଟା ସାହିର ସୁନାମଧନ୍ୟ ଖେଳାଳୀ ଭି. ରମେଶ ରାଓ ପୁରୁଷ ଇପି ଓ ଫଏଲ୍ ଦଳ ପକ୍ଷରୁ ସ୍ବର୍ଣ୍ଣ, ଇପି ଏକକ ବର୍ଗରେ ରୌପ୍ୟ ଓ ଫଏଲ୍ ଏକକ ବର୍ଗରେ ବ୍ରୋଞ୍ଜ ସମେତ ୪ ପଦକ ହାସଲ କରିଛନ୍ତି। ସେହିପରି ମାଳତି ପନୁରେ ଏକକ ବର୍ଗ  ଫଏଲ୍, ସବ୍‌ରେ, ଇପି ଓ ମହିଳା ଫଏଲ୍ ଟିମ୍‌ରେ ମୋଟ ୪ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏହା ସହ ସହ ମହିଳା ଇପି ଦଳ ଓ ସବ୍‌ରେ ବର୍ଗରେ ରୌପ୍ୟ ପଦକକୁ ମିଶାଇ ସମୁଦାୟ ୬ଟି ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ଫଏଲ୍ ଟିମ୍ ରେ ପୂର୍ଣ୍ଣଚନ୍ଦ୍ର ସେଠୀ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ଏହି ସଫଳତା ପରେ ବିଭିନ୍ନ ମହଲରୁ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ