କେନ୍ଦ୍ର ଅବହେଳା କହି ମୁଖ୍ୟମନ୍ତ୍ରୀ ସୁଆଙ୍ଗ ରଚୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ବର୍ଷରେ ଓଡିଶାକୁ ସାଢେ ୫ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଅବହେଳା କହି ସୁଆଙ୍ଗ ରଚୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାରେ ଶୌଚାଳୟ ନିର୍ମାଣ ପାଇଁ ମୋଦି ଦିଲ୍ଲୀରୁ ଟଙ୍କା ପଠାଇଲେ । ମାତ୍ର ନବୀନ ବାବୁଙ୍କ ସରକାରରେ ମୋଦି ପଠାଉଥିବା ଟଙ୍କା ବିନା ଲାଂଚରେ ମିଳେନାହିଁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁକଳ ଓ କଳାହାଣ୍ଡି ଜିଲ୍ଲାର ନର୍ଲା, ଜୁନାଗଡ ଓ ଧର୍ମଗଡ ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାରଙ୍କ ୫ ବର୍ଷରେ ଓଡିଶାରେ ୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଛି । ସେହିପରି ମୋଦିଙ୍କ ସରକାରରେ ଓଡିଶାରେ ୫୦ ଲକ୍ଷ ଶୌଚାଳୟ ବନିଛି । ମାତ୍ର ଭାରତବର୍ଷରେ ପାଇଖାନା ନିର୍ମାଣରେ ପଛୁଆ ରାଜ୍ୟ ଭାବେ ଓଡିଶା ରହିଛି । ସେହିପରି ମୋଦିଙ୍କ ସରକାରରେ ୨୪ ଲକ୍ଷ ଲୋକଙ୍କ ଘରେ ବିଜୁଳିି ଲାଗିଥିବା ବେଳେ ସ୍ୱାଧୀନତାର ୭୦ ବର୍ଷ ପରେ ୪ ହଜାର ଗାଁରେ ମାଗଣା ବିଜୁଳି ଲାଗିଛି, ୪୦ ଲକ୍ଷ ଗ୍ୟାସ ସିଲିଣ୍ଡର ଲାଗିଛି । ବିଜେପି ସରକାର କେନ୍ଦ୍ର ଓ ଓଡିଶାରେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ୧୫, ୦୦୦ ଟଙ୍କା ଦରମା ଦିଆଯିବା ସହ ଅଙ୍ଗନବାଡୀ ସହାୟିକାଙ୍କ ଦରମା ୯ ହଜାର କରାଯିବ ଏବଂ ଅବସର ପରେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ମାନଧନ ଅନୁଦାନ ଦିଆଯିବ । ଆଗାମୀ ୫ ବର୍ଷ ଭିତରେ ସବୁ ଗରିବ ଘରଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଏକ ଲକ୍ଷ
କୋଟି ଟଙ୍କା ବ୍ୟୟରେ ଜଳସେଚନର ବ୍ୟବସ୍ଥା କରାଯିବ, ୱାନ ଡ୍ରିଷ୍ଟିକ୍ଟ ଓାନ୍ ପ୍ରଡକ୍ଟ ଆଧାରରେ କଳାହାଣ୍ଡିରେ ମଣ୍ଡି ବନାଯାଇ ଉତ୍ପାଦିତ ଜିନିଷକୁ ବିଶ୍ୱ ବଜାରରେ ପହଁଚାଯିବ, ଗରିବଙ୍କ ସୁବିଧା ପାଇଁ ଏମସ୍ ଭଳି ମେଡିକାଲ ନିର୍ମାଣ କରାଯିବ । ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚାଷୀର ଉନ୍ନତି ବ୍ୟବସ୍ଥା କରାଯିବ । ଏଠାକାର ଧାନ ବା ବାସୁମତି ଚାଉଳ ବିଦେଶରେ ପହଁଚାଯିବ, ରୋଜଗାର ବଢାଯିବା ସହ ମହିଳାଙ୍କ ଇଜ୍ଜତ ସୁରକ୍ଷା ଦିଆଯିବ ଜିଲ୍ଲାରେ ପର୍ଯ୍ୟଟନ ବଢିବ, ଯୁବକମାନେ ରୋଜଗାର ପାଇବେ, ନାରୀ ମାନଙ୍କ ସୁରକ୍ଷା ବଢିବ, ଗରିବଙ୍କ ପାଇଁ କଲ୍ୟାଣମାନ ଯୋଜନା ବଢିବ ବୋଲି ସେ କହିଛନ୍ତି । ବିଜୁ ଜନତା ଦଳର ପକେଟ ଯିଏ ଗରମ କରିବ ତାକୁ ଘର ଓ ଭତା ମିଳିବ । ମୋଦି ପଇସା ଦେଲାବେଳେ ଶାସକ ଦଳର ଲୋକମାନେ ଦଲାଲୀ କଲେ । ଦଲାଲୀ କରି ନିଜ ପକେଟ ଗରମ କଲେ । ଓଡିଆ ଲୋକ ଦୁଃଖରେ ରୁହନ୍ତୁ, ଚିକିତ୍ସା ନପାଆନ୍ତୁ, ମା’ ଭଉଣୀମାନେ କଷ୍ଟରେ ରୁହନ୍ତୁ ନବୀନ ବାବୁଙ୍କ ନୀତି । ଓଡିଆ ଲୋକଙ୍କ ଅଧିକାରକୁ ଛଡେଇ ନେବାର କାମ ନବୀନ ସରକାର କରୁଛି । ସତ୍ୟବାଦୀ ଅଂଚଳରେ ସରକାରୀ କାମ ବିନା ପିସିରେ ହୁଏନାହିଁ । ଚିଟଫଣ୍ଡ କାରବାରରେ ସଂଶ୍ଲିଷ୍ଟ ଲୋକଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦିଆଯାଇଛି । ଯେଉଁମାନଙ୍କୁ ବିଭିନ୍ନ ମାମଲାରେ ନୋଟିସ ହୋଇଛି ସେମାନେ ଆଜି ଶାସକ ଦଳର ବଡ ପଣ୍ଡା ସାଜିଛନ୍ତି । ପିସିଖିଆ ସରକାରର ସମୟ ଶେଷ ହେବା ଆରମ୍ଭ କଲାଣି ା ଏ ସରକାରକୁ ବଦଳେଇବାର ସମୟ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ତିତଲି ସମୟରେ ବିଜେପି କେଉଁଆଡେ ଥିଲା ବୋଲି ପ୍ରଶ୍ନ କରୁଛନ୍ତି । ତିତଲି ପ୍ରଭାବରୁ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ଶହଶହ ଲୋକ ମୃତ୍ୟୁବରଣ କଲେ । ଭାରତୀୟ ଜନତା ପାର୍ଟି ପ୍ରଥମେ ସେହି ସ୍ଥାନକୁ
ଯାଇଥିଲା । ୧୯ ବର୍ଷ ଶାସନରେ କଳାହାଣ୍ଡିରେ ଇନ୍ଦ୍ରାବତୀ ଓ ତେଲ୍ ନଦୀର ପାଣି ପହଁଚିାରିନାହିଁ, ପାନୀୟ ଜଳ ସମସ୍ୟା ଦେଖାଯାଇଥିବା ବେଳେ ଡାକ୍ତର ନାହାଁନ୍ତି, ଶିକ୍ଷକ ନାହାଁନ୍ତି, ଘରକୁ ୨୪ ଘଂଟା ବିଜୁଳି ନାହିଁ, ଚାଷର ସୁବ୍ୟବସ୍ଥା ନାହିଁ, ମିଲରମାନେ କଟନୀ- ଛଟନୀ କରି ନିଜ ପକେଟ୍ ଗରମ କରୁଛନ୍ତି, ଶୀତଳ ଭଣ୍ଡାର ନାହିଁ, କାମ ନପାଇ ଯୁବକ ବାହାର ରାଜ୍ୟକୁ ରୋଜଗାର କରିବାକୁ
ଯାଉଛି । ସେହିରି ପୁରୀରେ ମଧ୍ୟ ସେହି ଅବସ୍ଥା । ମହାପ୍ରଭୁଙ୍କ ସ୍ଥାନରେ ଦୁନିଆର ଲୋକମାନେ ଆସି ପହଁଚୁଥିବା ବେଳେ ଏଠାକାର ଯୁବକ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛି । ନବକଳେବର ମହାପ୍ରଭୁ ଜଗନ୍ନାଥଙ୍କ ସବୁଠୁ ବଡ ପର୍ବ । ଏହି ଅବସରରେ ନରେନ୍ଦ୍ର ମୋଦି ୫୦ କୋଟି ଟଙ୍କା ଦେଇଥିଲେ । ଏହାବାଦ୍ ପ୍ରସାଦ ଯୋଜନାରେ ଶହ ଶହ କୋଟି ଟଙ୍କା ପୁରୀ ସହରର ବିକାଶ ପାଇଁ
ଦିଆଯାଇଥିଲା । ମାତ୍ର କେନ୍ଦ୍ର ସରକାରଙ୍କ ଏହି ଟଙ୍କା ନବୀନ ବାବୁ ଖର୍ଚ୍ଚ କରିାରିଲେ ନାହିଁ । ନବୀନ ବାବୁଙ୍କ ନୈତିକତା ଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ କେଉଁ ସରକାର ଏପରି କରିଛି, ତାହାର ଉତର ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି । ସେହି ରି ନବକଳେବର ଅବସରରେ ମୋଦି ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥରେ ପରିଣତ କରିବା ପାଇଁ ଚାହିଁଲେ । ମାତ୍ର ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କାରଣରୁ ନବୀନ ବାବୁ ସହଯୋଗ କଲେ ନାହିଁ । ଓଡିଶାକୁ ସାଢେ ୫ ଲକ୍ଷ କୋଟି ଟଙ୍କାର
ଯୋଜନା ନରେନ୍ଦ୍ର ମୋଦି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ସାଢେ ୪୦୦ କିମିର କୋଷ୍ଟାଲ ହାଇୱେର କାମ ରାଜ୍ୟ ସରକାର କରେଇ ଦେଉନାହାନ୍ତି ।


