ସମବାୟ କେନ୍ଦ୍ର ବ୍ୟାଙ୍କର ନୂତନ ସିଇଓଙ୍କ ଦାୟିତ୍ୱ ଗ୍ରହଣ

ଆସିକା (ୱାଇଏନ୍‍ଏସ୍‍):  ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ନୂତନ ଭାରପ୍ରାପ୍ତ ସିଇଓ ରୂପେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ବ୍ୟାଙ୍କ ଅଫିସର ରୂପେ ପରିଚିତ ଥିବା ଭରତ ଚନ୍ଦ୍ର ସାହୁ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି। ଆସିକା ସମବାୟ କେନ୍ଦ୍ରବ୍ୟାଙ୍କର ସିଇଓ ରୂପେ ଅବସ୍ଥାପିତ ଥିବା ନାରାୟଣ ମଢେଇ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିବା ପରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କରେ ସିଇଓ ରୂପେ କାର୍ଯ୍ୟରତ ଥିବା ଓଏସ୍‌ସିବିର ଡିଜିଏମ୍ ଭରତ ଚନ୍ଦ୍ର ସାହୁଙ୍କୁ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ଭାରପ୍ରାପ୍ତ ସିଇଓ ରୂପେ ଅବସ୍ଥାପିତ କରାଯାଇଛି। ଆସିକ ସମବାୟ କେନ୍ଦ୍ର ବ୍ୟାଙ୍କର ଭାରପ୍ରାପ୍ତ ସିଇଓ ରୂପେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ଡିଜିଏମ୍ ଭରତ ଚନ୍ଦ୍ର ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ୟାଙ୍କ ସଭାପତି ମଙ୍ଗୁଳୁଧର ସାହୁ, ବ୍ୟାଙ୍କର ବରିଷ୍ଠ ପଦାଧିକାରୀ ମମତା ପରିଡା, ଶ୍ରୀକାନ୍ତ ଚରଣ ସ୍ୱାଇଁ, ଯୋଗେଶ୍‍ ଚନ୍ଦ୍ର ସାମନ୍ତରାୟ, କେ.ବିଶ୍ୱଜିତ୍‍, ଅବିନାଶ ବିଶ୍ୱଜିତ୍‍, ଚାନ୍ଦିନୀ ସ୍ୱାଇଁ, ବିଜୟ କୁମାର ପଣ୍ଡା, ଚିନ୍ମୟୀ ମୁଦୁଲି, ସ୍ୱୟଂପ୍ରଭା ବାରିକ, ଲୋକନାଥ ପ୍ରଧାନ, ମୁରଲିଧର ସ୍ୱାଇଁଙ୍କ ସମେତ ବହୁ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା। କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସାଙ୍ଗକୁ ହଜାର ହଜାର ଜନତାଙ୍କୁ ହାତପାହାନ୍ତାରେ ଉନ୍ନତମାନର ବ୍ୟାଙ୍କସେବା ଯୋଗାଇଦେବା ଲାଗି ୧୯୧୮ ମସିହାରେ ସ୍ଥାପିତ ହୋଇଥିବା ଆସିକା ସମବାୟ କେନ୍ଦ୍ରବ୍ୟାଙ୍କର ପ୍ରଗତିର ରଥକୁ ଆଗେଇ ନେବା ସାଙ୍ଗକୁ ନବନିଯୁକ୍ତ ଭାରପ୍ରାପ୍ତ ସିଇଓ ଭରତ ଚନ୍ଦ୍ର ସାହୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ