ଆସିକାରେ ସରିଲା ସଂସ୍କୃତ ପରୀକ୍ଷା ଖାତା ମୂଲ୍ୟାୟନ
ଆସିକା (ୱାଇଏନ୍ଏସ୍) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ କେନ୍ଦ୍ରରେ ଶୃଙ୍ଖଳିତ ଭାବେ ଗତ ୧୯ ତାରିଖ ଠାରୁ ଚାଲିଥିବା ଜଣାପଡିଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରର ଅଧୀକ୍ଷକ ତଥା ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଓ ବୋର୍ଡ ପକ୍ଷରୁ ନିଯୁକ୍ତି ପାଇଥିବା କ୍ୟାମ୍ପ ଅଫିସର ମଦନ ମୋହନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଖାତା ଦେଖା କାର୍ଯ୍ୟକ୍ରମ ଅବସରରେ ଇଛାଧୀନ ବିଷୟ ତୃତୀୟ ଭାଷା ସଂସ୍କୃତର ସବ୍ଜେକ୍ଟିଭ୍ ଖାତାଦେଖା ମାଧ୍ୟମିକ ଶିକ୍ଷା ପରିଷଦର ମାର୍ଗଦର୍ଶିକା ଅନୁଯାୟୀ ଶେଷ ହୋଇଥିବା ଜଣାପଡିଛି । ସଂସ୍କୃତ ପାଠ୍ୟକ୍ରମର ସବ୍ଜେକ୍ଟିଭ୍ ଉତ୍ତର ଖାତା ମୂଲ୍ୟାୟନ ପାଇଁ ଗଠିତ ୟୁନିଟ୍ର ମୁଖ୍ୟ ସତ୍ୟବାନ୍ ମିଶ୍ର, ଉପମୁଖ୍ୟ କାମଦେବ ବିଷୋୟୀ ଏବଂ ଅଶୋକ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମୂଲ୍ୟାୟନକାରୀ ଶିକ୍ଷକ ଲଳିତ ମୋହନ ଶତପଥୀ, କୈଳାଶ ଚନ୍ଦ୍ର ସାହୁ, ପ୍ରଫୁଲ କୁମାର ଦାଶ, ପ୍ରମୋଦ କୁମାର ଦାଶ, ବବିତାଞ୍ଜଳୀ ମିଶ୍ର, ନରସିଂହ ମିଶ୍ରଙ୍କ ସମେତ ବହୁ ଶିକ୍ଷକ ନିୟୋଜିତ ରହି କାର୍ଯ୍ୟକ୍ରମକୁ ସଂପାଦନ କରିଥିବା ଜଣାପଡିଛି । ଏହି ଅବସରରେ ଆଗାମୀ କିଛି ଦିନ ପରେ କର୍ମମୟ ଜୀବନରୁ ଅବସର ଗ୍ରହଣ କରିବାକୁ ଥିବା କବିସୂର୍ଯ୍ୟନଗର ବ୍ଳକ ସ୍ଥିତ ବରିଡା ଦଧିବାବନ ହାଇସ୍କୁଲର ବରିଷ୍ଠ ସଂସ୍କୃତ ଶିକ୍ଷକ ଶ୍ୟାମଦେବ ବିଷୋୟୀ ଏବଂ ବାଲିସିରା ସ୍ଥିତ ସିଦ୍ଧେଶ୍ୱର ହାଇସ୍କୁଲର ବରିଷ୍ଟ ସଂସ୍କୃତ ଶିକ୍ଷକ ସତ୍ୟବାନ୍ ମିଶ୍ର ଓ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବଡଗୋବିନ୍ଦପୁର ହାଇସ୍କୁଲର ବରିଷ୍ଠ ସଂସ୍କୃତ ଶିକ୍ଷକ ବାଳକୃଷ୍ଣ ପଣ୍ଡା ଏବଂ ଧରାକୋଟ ବ୍ଳକ ଅନ୍ତର୍ଗତ ସିଙ୍ଗିପୁର ସ୍ଥିତ ରାମଚନ୍ଦ୍ର ବିଦ୍ୟାପୀଠର ବରିଷ୍ଠ ସଂସ୍କୃତ ଶିକ୍ଷକ ମୁରଲିଧର ଗୌଡଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା ।


