ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ
କଟକ, (ଓ୍ବାଇଏନଏସ): ଦଳମତ ନିର୍ବିଶେଷରେ ତଥା ରାଜନୀତିରେ ଊର୍ଦ୍ଧ୍ବରେ ରହି ପବିତ୍ର ଉତ୍କଳ ଦିବସ ଅବସରରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି କଟକ ଜଗତପୁର ଗୋଲେଇ ଛକ ନିକଟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଓଡ଼ିଶାବାସୀଙ୍କୁ ଓଡ଼ିଶାର ଐକ୍ୟ, ପରମ୍ପରା, ସଂସ୍କୃତି ଓ ଓଡ଼ିଆ ଭାଷା, ଓଡ଼ିଆ ଜାତି ଏବଂ ଓଡ଼ିଆ ଅସ୍ମିତାର ଗାଥାକୁ ସବୁବେଳେ ମନେ ରଖି ସେହି ମହାନ ଚିନ୍ତାନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିଲେ ତାହା ହିଁ ହେବ ସେହି ମହାପୁରୁଷଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି।


