ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରବାର୍ଷିକ ଉତ୍ସବ
କେନ୍ଦୁଝର( ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ) :କେନ୍ଦୁଝର ଯୋଡ଼ା ବ୍ଲକ ବମେବାରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨୫ତମ ବାର୍ଷିକତ୍ସବ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡାକ୍ତର ରମଣି ରଂଜନ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ବାର୍ଷିକତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଏମସି ଖଣି ଉଚ୍ଚବାଲି ର ଖଣି ପରିଚାଳକ ବିକାଶ କୁମାର ପରିଡ଼ା ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବବିଲ ସଙ୍କୁଳ ପ୍ରମୁଖ ଦୁଃଖ ବନ୍ଧୁ ମିଶ୍ର ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଟାଟା ଷ୍ଟିଲ ଖଣି ବାମେବାରୀ ର ଖଣି ପରିଚାଳକ ଦିବେନ୍ଦୁ ବେହେରା ପଳସା ସରପଞ୍ଚ ଅରୁଣ ମୁଣ୍ଡା କୋଷ ଧକ୍ଷ ପ୍ରଦୀପ କୁମାର ଜୟ ସ୍ୱାଲ ଯୋଗଦାନ କରିଥିଲେ। ବାର୍ଷିକତ୍ସବ ରେ ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ବିଦ୍ୟାଳୟ ଗୋଟାଏ ମଣିଷ ଗଢା କାରଖାନା। ଗୁରୁଜୀ ଗୁରୁମା ମାନେ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଭୁଲ ଏବଂ ସଠିକ୍ ଶିକ୍ଷା ଦାନ କଲେ ଏହି କୋମଳମତି ପିଲାମାନେ ନିଶ୍ଚିତ ଦିନେ ମହାଦ୍ରୁମ ରେ ପରିଣତ ହୋଇ ଦେଶର ଉନ୍ନତି କରିବା ସହିତ ବିଦ୍ୟାଳୟ ଜିଲା ଓ ରାଜ୍ୟ ନାମକୁ ଦେଶରେ ଗୌରବାନିତ କରି ପାରିବେ ବୋଲି କହିଥିଲେ। ଗୁରୁଜୀ ଗୁରୂମା ମାନେ ସଠିକ ସମୟରେ ସଠିକ୍ ଶିକ୍ଷାଦାନ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ରାମ ଚନ୍ଦ୍ର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁଜୀ ଲଲାଟ କିଶୋର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରି ଉତ୍ସାହିତ କରିଥିଲେ। ପରିଚାଳନା ସମିତିର ସଂପାଦକ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକୋତ୍ସବ କୁ ପରିଚାଳନା ରେ ସହଯୋଗ କରିଥିଲେ ଗୁରୁଜୀ ମଳୟ କୁମାର ମହାନ୍ତ .ଅରବିନ୍ଦ ମହାନ୍ତ. ଜୀବନାନନ୍ଦ ମହାନ୍ତ. ଗରୁମା ସାଲେନ ସୁଣ୍ଡି. ଦେବକୀ ମହାନ୍ତ .ଧୀରା ବତି ନାୟକ. କାର୍ଯ୍ୟାଳୟ ପ୍ରମୁଖ ବିଷ୍ଣୁ ଚରଣ ମହାନ୍ତ ପ୍ରମୁଖ ସହଯୋଗ କରିଥଲେ !ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


