ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାପର୍ଯ୍ୟଟନ କାର୍ଯ୍ୟାଳୟରେ ଚପରାଶି ଭାବେ କାର୍ଯ୍ୟରତ ଥିବା ଶ୍ରୀ ପ୍ରଶାନ୍ତ କୁମାର ନାଏକ ଗତକାଲି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି।ଶ୍ରୀ ନାଏକ ତାଙ୍କର ଦୀର୍ଘ ୩୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆନ୍ତରିକତା, ଶୃଙ୍ଖଳା ଏବଂ ଦୃଢ଼ କର୍ତ୍ତବ୍ୟବୋଧ ସହିତ ଜିଲ୍ଲା ପ୍ରଶାସନର ସେବା କରି ବେଶ ପ୍ରଶଂସା ସାଉଁଟିଥିଲେ। ଏହି ଅବସରରେ ଆୟୋଜିତ ଅବସରରକାଳୀନ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ଉଷ୍ମ ବିଦାୟ ଦେଇଥିଲେ ଏବଂ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ଅବସର ପରବର୍ତ୍ତୀ ଶାନ୍ତିପୂର୍ଣ୍ଣ ଜୀବନ କାମନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଶ୍ରୀ ନାଏକଙ୍କୁ ସାଲ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ , ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ବିନତୀ ମାଝୀ, ନିକ୍ଷେପକ ଦେବେନ୍ଦ୍ର କୁମାର ରାଉତରାୟ, ଗ୍ରନ୍ଥାଗାରିକ ମାନସ କୁମାର ସାହୁ, ସନ୍ଦୀପ କୁମାର ସାହୁ, ମନୋରଞ୍ଜନ ବରାଳ, ବିକ୍ରମ ପାତ୍ର, ସଞ୍ଜୟ ବେହେରା ଓ ନବୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ନାଏକଙ୍କ ସେବାକୁ ପ୍ରଶଂସା କରିଥିଲେ ଏବଂ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପ୍ରତି ତାଙ୍କର ମୂଲ୍ୟବାନ ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ