ଉତ୍କଳ ଦିବସ ପାଳିତ

ଛତ୍ରପୁର (ଓ୍ବାଇଏନଏସ): ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା  ମନ୍ଦିର ପରିସରରେ ବିଦ୍ୟାରମ୍ଭ ଯଜ୍ଞୋତ୍ସବ ଆଚାର୍ଯ୍ଯ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଶତପଥି ଓ ମନୋରଞ୍ଜନ ଦାଶଙ୍କ ପୌରହିତ୍ୟ ରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞୋତ୍ସବ ଅନୁଷ୍ଠିତ ହୋଇ ଥିଲା । ସେହିପରି  ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଉତ୍ସାହର ସହିତ ଉତ୍କଳ ଦିବସ ପାଳନ କରାଯାଇଥିଲା |  ମୁଖ୍ୟ ଅତିଥି ଭାବେ ଶ୍ରୀସ୍ବସ୍ତି ସୁନ୍ଦର ସିଅ, ଜଗନ୍ନାଥ ସଂସ୍କୃତି ପ୍ରବକ୍ତା ସଭାପତି, ରେସ୍ପଣ୍ଡ ଟ୍ରଷ୍ଟ, ଓଡ଼ିଶା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ମାତୃଭୂମି ଓ ମାତୃଭାଷା  ପ୍ରତି ଆଗ୍ରହ ଓ ଆକୃଷ୍ଟ ସହ ଦୈନଦିନ ଜୀବନରେ କିପରି ବ୍ୟବହାର କରିବା ସେ ବିଷୟରେ ମାର୍ଗଦର୍ଶନ କରିଥିଲେ ।  ବିଦ୍ୟାଳୟର ସଭାପତି ପଦ୍ମଚରଣ ସାହୁ  ଅଧ୍ୟକ୍ଷତା କରିଥିଲେ । କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉପସ୍ଥିତ ଥିଲେ  । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ  ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।  ଶିଶୁମାନଙ୍କ ଅଭିଭାଷଣ ସହ  ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ  ଉତ୍କଳ ଦିବସ ଉପରେ ମାର୍ଗଦର୍ଶନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁରେଶ କୁମାର ଆଚ଼ାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ  ବରିଷ୍ଠ ଆଚାର୍ଯ୍ୟ ନିହାର ରଞ୍ଜନ ମିଶ୍ର  ଧନ୍ୟବାଦ ଅର୍ପଣ  କରିଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ