ଜନ ଗଣନା କାର୍ଯ୍ୟରୁ ମାଧ୍ୟମିକ ଶିକ୍ଷକ ବାଦ୍
ବନ୍ତ,(ଚାନ୍ଦିନୀ ମହାନ୍ତି): କୋଭିଡ୍-୧୯ କାରଣରୁ ୨୦୨୧ ରେ ସ୍ଥଗିତ ଥିବା ଜାତୀୟ ଜନ ଗଣନା କାର୍ଯ୍ୟ ଇତି ମଧ୍ୟରେ ସମଗ୍ର ଦେଶରେ ଆରମ୍ଭ ହୋଇଛି । ଏହା ଦୁଇଟି ପର୍ଯ୍ୟାୟରେ ଶେଷ ହେବ । ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା କାର୍ଯ୍ୟ ଚଳିତ ମାସ ଅପ୍ରେଲ୍ ୧୫ରୁ ଆରମ୍ଭ ହେବ । ଏଥିନେଇ ସୁପର ଭାଇଜର ଏବଂ ଜନ ଗଣନାକାରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ପୂର୍ବରୁ ଏହି ଜାତୀୟ ସେବା କାର୍ଯ୍ୟକ୍ରମରେ ଉଭୟ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସାମିଲ୍ କରାଯାଉଥିଲା । ହେଲେ ଚଳିତ କାର୍ଯ୍ୟକ୍ରମରେ ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ସୁପରଭାଇଜର ଏବଂ ଜନ ଗଣନାକାରୀ ଚୟନ ବେଳେ କେବଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସାମିଲ କରାଯାଇଥିବା ବେଳେ ମାଧ୍ୟମିକ ଶିକ୍ଷକ ମାନଙ୍କୁ ଅଣଦେଖା କରାଯାଇଛି । ରାଜ୍ୟର ସମସ୍ତ ବ୍ଲକରେ ମାଧ୍ୟମିକ ଶିକ୍ଷକ ମାନେ ସାମିଲ୍ ହୋଇଥିବା ବେଳେ ଏହି ବ୍ଲକରେ ସମ୍ପୃକ୍ତ ଶିକ୍ଷକ ମାନଙ୍କୁ ବଞ୍ôଚତ କରିବା ସମସ୍ତଙ୍କୁ ଚକିତ କରିଛି । ନିର୍ବାଚନ ପରିଚାଳନା ଠାରୁ ଆରମ୍ଭ କରି ସମସ୍ତ ସରକାରୀ ସେବାରେ ମାଧ୍ୟମିକ ଶିକ୍ଷକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନର ନିଷ୍ପତ୍ତି ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସବୁଠି ଚର୍ଚ୍ଚା ଚାଲିଛି । ଏନେଇ ବ୍ଲକ ଓଷ୍ଟା ପକ୍ଷରୁ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମାଧ୍ୟମିକ ଶିକ୍ଷକ ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ଦାବୀ ହୋଇଛି । ଏସମ୍ପର୍କରେ ତହସିଲଦାର ସାରା ହେମ୍ବ୍ରମଙ୍କୁ ପଚାରିବାରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ତାଲିକା ମଗାଯାଇଥିଲା । ସେମାନେ କେବଳ ପ୍ରାଥମିକ ଶିକ୍ଷକ ମାନଙ୍କ ତାଲିକା ପଠାଇଥିଲେ । ସେହି ଅନୁଯାୟୀ ସେମାନଙ୍କୁ ତାଲିମ ଦିଆଯାଇଛି । ତେବେ କେଉଁଥିପାଇ ମାଧ୍ୟମିକ ଶିକ୍ଷକ ମାନଙ୍କୁ ଉକ୍ତ କାର୍ଯ୍ୟରୁ ବଞ୍ôଚତ କରାଗଲା ତାହା ତଦନ୍ତ ସାପେକ୍ଷ । ଁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମାଧ୍ୟମିକ ଶିକ୍ଷକ ମାନଙ୍କୁ ଜାତୀୟ ଜନ ଗଣନା କାର୍ଯ୍ୟରେ ନିୟୋଜିତ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।


