ଚଇତି ପର୍ବ ପାଇଁ କାଣ୍ଡବା ଗ୍ରାମ ଉତ୍ସବ ମୁଖର

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ୍ ଗୋପିନାଥପୁର ପଞ୍ଚାୟତର କାଣ୍ଡବା ଗ୍ରାମ ଚଇତି ପର୍ବ ପାଇଁ ଉତ୍ସବ ମୁଖର ହୋଇଛି । କୈବର୍ତ୍ତ୍ୟ ଜାତିର ପ୍ରମୁଖ ପର୍ବ ଚୈତ୍ର ପୂର୍ଣ୍ଣମୀ ପୁରୁଷ ପୁରୁଷ ଧରି ଏଠାରେ ପାଳିତ ହୋଇ ଆସୁଛି । ୫ ଦିନ ବ୍ୟାପୀ ଏହି ପର୍ବ ମା ମଙ୍ଗଳାଙ୍କ ଆସ୍ଥାନରେ ପାଳନ କରାଯାଉଥିବା ବେଳେ ଚଳିତ ମାସ ଗୁରୁବାର ପ୍ରଥମ ଦିନରେ ମାଙ୍କ ପୀଠରେ କୁଡି ଭୋଗ ଦିଆଯାଇ ପୂଜା ଆରମ୍ଭ କରାଯାଇଥିଲା । ତହିଁ ପରଦିନ ଠାରୁ ମା ବାସୁଳୀ, ମା ମଙ୍ଗଳା ଘୋଡା ଧରି ବିଟିପୁର, ବରହମପୁର, କାଣ୍ଡବା ଆଦି ଗ୍ରାମକୁ ବୁଲି ଘୋଡା ନାଚ କରିଥିଲେ । ପ୍ରାର୍ଥନା ‘ପ୍ରଥମେ ବନ୍ଦଇ ନାଭି, ଦଶ ଶିର ଇଷ୍ଟ ଦେବତା ମାନଙ୍କୁ କରପତ୍ର ଯୋଡି ବନ୍ଦନା କରୁଛି ସବା ଚରଣକୁ’ ସାଙ୍ଗକୁ ଯୋଡି ମହୁରୀ ଘୋଡା ନାଚ ଦର୍ଶକଙ୍କୁ ବିମୋହିତ କରିଥିଲା । ଶେଷ ଦିନରେ କାଣ୍ଡବା ସମେତ ହାଟଡିହି ବ୍ଲକର ସୋସୋ, ସିମୁଳିଆ ବ୍ଲକର ବିଷ୍ଣୁପୁର,ଭଦ୍ରକ ବ୍ଲକର କାଉପୁର ଆଦି ଅଞ୍ଚଳରୁ ସୁସଜ୍ଜିତ ଘୋଡା ନୃତ୍ୟର ତାଳେ ତାଳେ ଆସି କାଣ୍ଡବା ମଣ୍ଡପରେ ପହଞ୍ôଚଥିଲେ । କୈବର୍ତ୍ତ୍ୟ ସମାଜ ପକ୍ଷରୁ ପାଲା , ନୃତ୍ୟ, ସଙ୍ଗୀତ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିଥି ଭାବେ ବିଜେପି ନେତା ଅମୂଲ୍ୟ ରତ୍ନ ନନ୍ଦ, ସାମ୍ବାଦିକ ହେମନ୍ତ ସିଂହଙ୍କ ସମେତ ମଦନ ମୋହନ ଦାଶ, ସୁବାଷ ପଣ୍ଡା, ଚିନ୍ମୟ ମହାପାତ୍ର, ପୟୋଧର ବାରିକ, ବିଷ୍ଣୁ ପଣ୍ଡା, ଅନନ୍ତ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପର୍ବର ଅତୀତ ଓ ବର୍ତ୍ତମାନ ଉପରେ ମତ ରଖିଥିଲେ । ଏହି ପର୍ବ ପାଇଁ ଏଠାରେ ଥିବା କେବର୍ତ୍ତ୍ୟଙ୍କ ଘରେ ଘରେ ଘୋଡା, ଡଙ୍ଗା, କୁମ୍ଭୀର, କଚିମ ଆଦି ତିଆରି କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ନୂତନ ବସ୍ତ୍ର ପରିଧାନ ପୂର୍ବକ ଘରେ ଘରେ ମାଛ ଭୋଗ କରାଯାଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ମାଝୀ କହିଛନ୍ତି । ଭୁବନ ପରିଡାଙ୍କ ତତ୍ତ୍ୱାବଧାନରେ କର୍ଣ୍ଣ ମାଝୀ, ବଳରାମ ମାଝୀ, ବୁଟୁ ପରିଡା, ଚିନ୍ତାମଣି ପରିଡା, ଶ୍ରୀକାନ୍ତ ମାଝୀ, ଗୋବିନ୍ଦ ପରିଡା, ବୁଦ୍ଧିରାମ ମାଝୀ, ହରିହର ପରିଡା ପ୍ରମୁଖ ବିଭିନ୍ନ ଦିବସର କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ