ବନଦୁର୍ଗା ମହୋତ୍ସବ ଚତୁର୍ଥ ସନ୍ଧ୍ୟା

ବଲାଙ୍ଗୀର(ଓ୍ବାଇଏନଏସ): ବଲାଙ୍ଗିର ଜିଲ୍ଲା ର ଜୀବନ ରେଖା ଭାବରେ ପରିଚିତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ, ଏହି ଡେମ୍ ର ନିକଟ ପଡିଆ ରେ ବନଦୁର୍ଗା ମହୋତ୍ସବ କମିଟି ର ଉଦ୍ୟମ ରେ ଦ୍ୱିତୀୟ ବର୍ଷ ବନଦୁର୍ଗା ମହୋତ୍ସବ ଆୟୋଜନ କରାଯାଇଛି, ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ସହାୟତା ରେ ସାଂସ୍କୃତିକ ଦଳ ଯୋଗଦେଇଛନ୍ତି । ଚତୁର୍ଥ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଜିଲ୍ଲା କୃଷକ ସଂଘ ସଭାପତି ଜାତି ପଧାନ, ମୁଖ୍ୟ ବକ୍ତା ଲକ୍ଷ୍ମଣ ମେହେର ପୂର୍ବତନ ଅଧ୍ୟକ୍ଷ, ସଂଗଠକ ସୌମେନ୍ଦ୍ର ପରିଚ୍ଛା, କୋଶଲ ବାଦି ନେତା କୌସ୍ତୁଭ ସାହୁ, ସଭାପତି ସଞ୍ଜୟ ଗଡତ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ ।  ବିସ୍ଥାପିତ ନରସିଂହ ପାଧାନ ଏବଂ  ଅତିଥି କଳାକାର ସଙ୍ଗୀତା ଦାସ ଓ ସ୍ବରୁପା ସିଂ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ରୁମକୁ ଝୂମାନା, ସୁବର୍ଣ୍ଣପୁର ସଙ୍ଗୀତ ସାଧକ ଶାଶ୍ୱତ ତ୍ରିପାଠୀ ଓ ସାଥୀ ଲୋକ ନୃତ୍ୟ ପରିବେଷଣ କରିଥିଲେ, ଦେବର୍ଣା ର ସଂକୀର୍ତ୍ତନ ମଣ୍ଡଳୀ, ରଙ୍ଗିଲା ମହାରାଜ ଙ୍କ କଂସ ଦରବାର ଦର୍ଶକ ଙ୍କୁ ବେଶ୍ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମ କୁ ଜୟକୃଷ୍ଣ ମିଶ୍ର, କୈଳାଶ ଚନ୍ଦ୍ର ସିଂହ ଦେଓ, ବିକାଶ ରଞ୍ଜନ ରଥ, ନରେନ୍ଦ୍ର ବିଶି, ବ୍ୟାସ ଦେବ ବନଛୋର, ପ୍ରମୋଦ ପଟେଲ, ଲମ୍ବୋଦର ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ