ବଦଳିଛି ଗଂଜେଇ ବିକିବାର ମାଧ୍ୟମ :ଚିଲମ ବଦଳରେ ଟାଣୁଛନ୍ତି ଗୋଗୋ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ପୂର୍ବରୁ ଲୁଚାଛପା ରେ ମିଳୁଥିବା ନୀଳଜହର। ଏବେ ଗଳିକନ୍ଦିରେ ଖୋଲା ଖୋଲି ବିକ୍ରି ଚାଲିଛି। ପାନ ଦୋକାନ ଠୁ ଆରମ୍ଭ କରି ଛୋଟ ଛୋଟ ଚା “ଓ ପାନ ଦୋକାନ ଥାକରେ ଗଂଜେଇ ପୁଡିଆ ଥାକ ହୋଇ ଥୁଆ ହେଉଛି। କାଗଜ ଡବାରେ ଗଂଜେଇ ଭର୍ତ୍ତି ସାଇତା ଯାଇଛି “ଗୋଗୋ “। ନିଛାଟିଆ ଜାଗା ଛାଡି ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଂଚଳର ପ୍ରତିଟି ଗାଁ ଗହଳି ରେ ମାଡିଚାଲିଲାଣି ନିଶା କାରବାର ସହ ନିଶାଡୀ ଙ୍କ ପାଦ୍ରୁଭାବ । ଚିଲମ ବଦଳରେ ସିଗାରେଟ ଆକୃତିର ଗୋଗୋ ଟାଣିକି ରାସ୍ତାରେ ଚକ୍କର କାଟୁଛନ୍ତି ନିଶାଡୀ। ଦୋକାନ ସାମ୍ନାରେ ମଧ୍ୟ ନିଶା ସେବନ ରେ ମାତୁଛନ୍ତି। ଅସ୍ତରଙ୍ଗ ଓ କାକଟପୁର ରେ ଗଂଜେଇ ରୁପି ନୀଳଜହର ଏମିତି ଗ୍ରାସିଛି। ସର୍ବ ସାଧାରଣ ରେ ଗଂଜେଇ ଟାଣିବା ଦ୍ୱାରା ଆଖପାଖ ଦୁର୍ଗନ୍ଧରେ ଫାଟି ପଡୁଛି। ଦୋକାନରୁ ଅନ୍ୟ ଲୋକ ମାନେ ଗଂଜେଇ ବାସ୍ନାକୁ ସହିପାରୁନାହାନ୍ତି। ବାରଣ କଲେ, ନାଲିଆଖି ଦେଖାଉଛନ୍ତି ନିଶାଡୀ। ପୁଲିସ ଧରପଗଡ କୁ ଖାତିର କରୁନାହାନ୍ତି। ବେଧଡକ ନୀଳ ଜହର ବେପାର କି ନିଶାଡୀ ଙ୍କ ଉତ୍ପାତରେ ରୋକ ଲଗାଇ ପାରୁନି ପୁଲିସ ଓ ଅବକାରୀ ଟିମ୍। ପୂର୍ବରୁ ଗଂଜେଇ ଟାଣିବାର ଏକମାତ୍ର ମାଧ୍ୟ୍ୟମ ଥିଲା ଚିଲମ। ଏବେ ସ୍ୱତନ୍ତ୍ର ପ୍ୟାକେଟରେ ଚିଲମ ସଦୃଶ ଖୋଳ ମିଳୁଛି। ଯାହାର ନାମ ଗୋଗୋ। ଏହାର ଦାମ୍ ୧୦ଟଙ୍କା ଗୋଗୋ। ଖୋଳରେ ଗଂଜେଇ ଭର୍ତ୍ତି ହୋଇଗଲେ ୫୦ଟଙ୍କାରେ ବିକାଯାଉଛି। ଏପରିକି ଗୋଗୋ ରେ ନିଜେ ଗଂଜେଇ କୁ ଭର୍ତ୍ତି କଲେ କମ୍ ଖର୍ଚ୍ଚ ହେଉଥିବା କେତେକ ନିଶାଡୀ କହିଛନ୍ତି। ମାତ୍ର ୨୫ଟଙ୍କା ରୁ ୩୫ଟଙ୍କା ରେ ହୋଇଯାଉଛି। ଗୋଗୋ ଖୋଳରେ ଗଂଜେଇ କୁ ଠିକ ଭାବେ ପୁରାଇବା ଲାଗି ଏକ ପ୍ଲାଷ୍ଟିକ ର ଛୋଟ ପାଇପି ରହିଛି।ସେହିଭଳି” ବାଜା “ଯାହାକୁ ଚକ ଖଡ଼ି ଭାବେ ଦୋକାନ ରେ କୁହାଯାଉଛି। ସିଗାରେଟ ଲାଗି ମଧ୍ୟ ସ୍ୱତନ୍ତ୍ର ଖୋଳ ମିଳୁଛି। ସେ ଖୋଳ ର ନାମ ପେପେର କୋନ। ଏଥିରେ ଗଞ୍ଜେଇ ସହ ସିଗାରେଟ ପତି ଓ ବିଡି ପତି କୁ ମିଶାଇ ପେପେର କୋନ ରେ ଭର୍ତ୍ତି କରି ନିଶାଡୀ ଟାଣୁଛନ୍ତି। ନିଶାଡୀ ଙ୍କ ଗହଣରେ ଚାହିଦା ବଢୁଥିବାରୁ ବିଭିନ୍ନ କମ୍ପାନୀ ଏଭଳି ପେପେର କୋନ ପ୍ରସ୍ତୁତ କଲେଣି। କାକଟପୁର ମୁଖ୍ୟ ବଜାର ସମେତ ବିଭିନ୍ନ ଗ୍ରାମାଞ୍ଚଳ ସହ ଅସ୍ତରଙ୍ଗ ବ୍ଲକ ଅଂଚଳର ମୁଖ୍ୟ ବଜାର, ନଗର, ଆଳସାହି, ନଈଗୁଆଁ, ତାଳଦା ଘାଟ, କେନ୍ଦ୍ରାପଟି ଆଦି ଗାଁ ଗୁଡିକ ରେ ଖୁଲମ ଖୁଲ୍ଲା ପାନ ଦୋକାନ ରେ ଛତୁ ଫୁଟିଲା ଭଳି ଏ ସବୁ ଦୋକାନ ଖୋଲି ଚାଲିଛି। ବିଭିନ୍ନ ଗ୍ରାମରେ ମହିଳା ମାନେ ନିଶା ବେପାର ସମ୍ଭାଳୁଛନ୍ତି। ସେମାନେ ଘରେ ବାଜା ସିଗାରେଟ ପ୍ରସ୍ତୁତ କରି ଦୋକାନୀ ବା ଛୋଟ ଛୋଟ ବେପାରୀ କୁ ବିକୁଛନ୍ତି। ଦୋକାନୀ ମାନେ ଧରା ପଡିବା ଭୟରେ ଦୋକାନରେ ହାତ ଗଣତି ରଖୁଛନ୍ତି। ଗ୍ରାହକ ଖୋଜିଲେ ସେମାନଙ୍କୁ ଘରୁ ଆଣି ଲୁଚା ଛପାରେ ଦେଉଛନ୍ତି।
     ଏ ସମ୍ପର୍କରେ ନିମାପଡା ଅବକାରୀ ଇନିସ୍ପେକ୍ଟର ପ୍ରଭାକର ସେଠୀ କହିଛନ୍ତି ପ୍ରତ୍ୟେକ ଦିନ କାକଟପୁର ଓ ଅସ୍ତରଙ୍ଗ ଗ୍ରସ୍ତ କରି ନିଶାଡୀ ଧରିବା ସହ ଧଳା ଜହର ଜବତ କରୁଛୁ, ଆଗକୁ ଚୋରା ନିଶା କାରବାର ଉପରେ ନଜର ରହିଛି। କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ନିଶା କାରବାର କରୁଛନ୍ତି ତାଙ୍କୁ ଗିରଫ କରାଯିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ