ବନଦୁର୍ଗା ମହୋତ୍ସବ ଉଦ୍ଯାପିତ
ବଲାଙ୍ଗିର, (ଦେବାଶିଷ ): ବନଦୁର୍ଗା ମହୋତ୍ସବର ପରିକଳ୍ପନା ବିସ୍ଥାପିତଙ୍କ ଭିତରେ ଏକତା, ଡ୍ୟାମ ଅଂଚଳର ସମ୍ପୂର୍ଣ୍ଣ ବିକାଶ ଏବଂ ବିସ୍ଥାପିତଙ୍କ ବାକି ରହିଯାଇଥିବା ଦାବି ଗୁଡିକର ସମାଧାନର ସୂତ୍ର ବାହାର କରିବା ପାଇଁ କରାଯାଇଛି । ଏଥର ହେଉଛି ଏହି ମହୋତ୍ସବର ଦ୍ୱିତୀୟ ବର୍ଷ । ଏହାର ଅଧ୍ୟକ୍ଷ ହିସାବରେ ମୁଁ ନିଶ୍ଚିତ ଭାବରେ ଗର୍ବ ଅନୁଭବ କରିବି ଯେ, ଆଜି ଉଦଯାପନି ଦିବସରେ ରାଜନୈତିକ ବିଦ୍ୱେଷ ତଥା ଚିନ୍ତାଧାରାକୁ ପଛରେ ପକାଇ ତିନି ପ୍ରମୁଖ ରାଜନୈତିକ ଦଳର ରାଜନେତାମାନେ ମଞ୍ଚାସିନ ଅଛନ୍ତି । ସମସ୍ତେ ଏଥିରେ ବି ସହମତ ଯେ, ସମସ୍ତେ ଏକତ୍ରିତ ହୋଇ ଏହି ପ୍ରକଳ୍ପ ଅଂଚଳ ତଥା ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଆଗଭର ହେବେ । ମୁଁ ମଧ୍ୟ ଏଥିରେ ସହମତ ଯେ, ରାଜନୈତିକ ଚିନ୍ତାଧାରା ଉର୍ଦ୍ଧ୍ୱରେ ରହି ଆମେ ଯଦି ପ୍ରତ୍ୟେକେ ନିଜର ଯୋଗଦାନ ଏହି ଅଂଚଳ ତଥା ବିସ୍ଥାପିତଙ୍କ ପ୍ରତି ପ୍ରଦାନ କରିବା ତେବେ ନିଶ୍ଚିତ ଭାବରେ ପ୍ରକଳ୍ପ ତଥା ଆଖପାଖ ଅଂଚଳର ବିକାଶ ହୋଇପାରିବ ବୋଲି ଲୋୟର ଶୁକତେଲ ଡ୍ୟାମ ତଳେ ଅନୁଷ୍ଠିତ ବନଦୁର୍ଗା ମହୋତ୍ସବର ଉଦଯାପନ ଦିବସରେ ଏହାର ଅଧ୍ୟକ୍ଷ ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବନଦୁର୍ଗା ମହୋତ୍ସବ କମିଟି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୧୨ ଦଫା ଦାବୀ ଦିଆଯାଇଛି । ପ୍ରକଳ୍ପ ଅଂଚଳରେ ଏକ ସୁନ୍ଦର ବଗିଚା ଓ ଏକ ଷ୍ଟାଡିଅମ ନିର୍ମାଣ, ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି, ଯାହାକି ବିଭାଗୀୟ ଅଧିକାରୀମାନେ ଆସି ତାହାର ଡିପିଆର ପ୍ରସ୍ତୁତ ପାଇଁ ପ୍ରସ୍ତୁତି ଦିଗରେ ପଦକ୍ଷେପ ନେଇ ସାରିଛନ୍ତି । ନିଶ୍ଚିତ ଭାବରେ ଏହି କାମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବେ ବୋଲି କହିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ ସମସ୍ତେ ମିଳିମିଶି ପ୍ରକଳ୍ପ ତଥା ବିସ୍ଥାପିତଙ୍କ ସମସ୍ୟା ପାଇଁ ସାମୂହିକ ଉଦ୍ୟମ କଲେ ଅଂଚଳର ବିକାଶ ନିଶ୍ଚିତ ହେବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଗୋପାଳଜୀ ପାଣିଗ୍ରାହୀ ଯୋଗଦେଇ ପ୍ରକଳ୍ପ ପାଇଁ ତାଙ୍କ ଲଢେଇ ଅଂଚଳବାସୀ ଠିକ ଜାଣିଛନ୍ତି । ଗତ ସରକାର ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ସେ ଯାହା ବି ହେଉ ମୋହନ ସରକାର ଯାହା ବି କାମ ରହିଯାଇଛି ସେ ସବୁକୁ ପୁରା କରିବା ଦିଗରେ ଉଦ୍ୟମ ଜାରି ରଖିବେ ବୋଲି ସେ କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀକର ମିଶ୍ର, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଗୁଲାପ ବାଗ ବ୍ଲକ୍ ଅଞ୍ଚଳ ରେ ଥିବା ପୁନର୍ବାସ ଥଇଥାନ କଲୋନୀ ର ଉନ୍ନତି ପାଇଁ ଚେଷ୍ଟା ରତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଘାସିରାମ ବେହେରା ବିସ୍ଥାପିତ ଙ୍କ ତରଫରୁ ବିସ୍ଥାପିତ କେମିତି ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି ସମସ୍ତ ଲୋକ ପ୍ରତିନିଧି ଓ ମଞ୍ଚ କୁ ଦୃଷ୍ଟି ଆକର୍ଷଣ କରିଥିଲେ । ସଭାପତି ସଂଜୟ ଗଡତ୍ୟା ପ୍ରମୁଖ ମଂଚାସିନ ଥିବା ବେଳେ ମଂଚ ପରିଚାଳନା ବିକାଶ ରଂଜନ ରଥ କରିଥିବା ବେଳେ ସମ୍ପାଦକ ଜୟକୃଷ୍ଣ ମିଶ୍ର, ଉପ ସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସରପଞ୍ଚ ହିମାଞ୍ଚଳ ମେହେର, ଲମ୍ବୋଦର ପ୍ରଧାନ, ପ୍ରମୋଦ ପଟେଲ, ଭରତ ସାହୁ, ବ୍ୟାସଦେବ ବନଛୋର, ସ୍ୱେଚ୍ଛାସେବୀ ବିଶ୍ୱଜିତ ନାଥ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରକାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିସ୍ଥାପିତ ନିତ୍ୟାନନ୍ଦ ବାଗ ଏବଂ ଅତିଥି କଳାକାର ବ୍ୟାସଦେବ ପୁରୋହିତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ଅନୁରୋଧ କ୍ରମେ ଓଡ଼ିଶା ସରକାର ସାଂସ୍କୃତିକ ବିଭାଗ ୭ ଗୋଟି ସାଂସ୍କୃତିକ ଦଳ ଯୋଗ ଦେଇଥିଲେ । କୁନି କଳାକାର ଆଦ୍ଵିକା ଯୋଶୀ ଙ୍କ ନୃତ୍ୟ ସମସ୍ତ ଦର୍ଶକଙ୍କ ମନ କୁ ବେଶ୍ ଛୁଇଁ ଥିଲା , ଖଞ୍ଜଣି ଭଜନ ମାଗୁରବେଡା, କଂସ ଦରବାର, କଲାଜିବି ବରଗଡ଼, ଜିତେନ୍ଦ୍ର ହରିପାଲ କଳା ଗବେଷଣା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି ହଜାର ହଜାର ଲୋକ ବନଦୁର୍ଗା ମହୋତ୍ସବ ରେ ଯୋଗ ଦେଇ ମା ଙ୍କ ମନ୍ଦିର ଓ ଶିବ ମନ୍ଦିର କେମିତି ଶୀଘ୍ର ଆରମ୍ଭ ହେବା ଦାବୀ ରଖିଥିଲେ ।


