ବାଇକ ଦୁର୍ଘଟଣାରେ ଯୁବକ ମୃତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସୁନ୍ଦରପୁର ଗାଁ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ହେଉଛନ୍ତି ରାଇନଟା ଗ୍ରାମର ସିପୁନୁ ନାଇକ। ସିପୁନୁ ସଢ଼ା ଛକର ଏକ ଗ୍ରିଲ ଦୋକାନରେ କାମ କରୁଥିବା ବେଳେ ଅପରାହ୍ନ ୪ଟା ବେଳେ ବାଇକ ନେଇ ନିଜ ଘରକୁ ଯାଉଥିବା ବେଳେ ସୁନ୍ଦରପୁର ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟିରେ ପିଟି ହୋଇ ପୋଲ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା କୁ ପଠାଇ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


