କୁଟାରୀ ଶିକାରୀ ଗିରଫ
ହାଟଡିହି (ଓ୍ବାଇଏନଏସ): ହଦଗଡ଼ ବନ ବିଭାଗ ପକ୍ଷରୁ ଜଣେ କୁଟାରୀ ଶିକାରୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବନ ବିଭାଗସୂଚନା ଅନୁଯାଇ ଡ଼ିଏଫଓ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନିର୍ଦେଶ କ୍ରମେ ରେଞ୍ଜର ମାର୍ସଲ କିସ୍କୁ, ବନପାଳ ମଳୟ ସାହୁ, ଫରେଷ୍ଟ ଗାର୍ଡ ଜ୍ୟୋତି ରଞ୍ଜନ ମାଝୀ, ଜ୍ୟୋସ୍ନା ରାଣୀ ନାଇକ ପ୍ରମୁଖ ରାତ୍ରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ମଶାଖିଆ ନିକଟସ୍ଥ ହଦଗଡ଼ ଅଭୟାରଣ୍ୟ ଭିତରେ ରାତି ୧୦ଟା ବେଳେ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ଜଡ଼ାବାଙ୍କ ଗ୍ରାମର ସମା ହୋଙ୍କୁ ଅଟକାଇ ପଚରା ଉଚୁରା କରିଥିଲେ। ତା ପାଖରୁ ଗୋଟେ କୁଟାରୀର ଚାରୋଟି ଗୋଡ଼, ପୁଣ୍ଟି, ଶିକାରୀ ଫାସ ଓ ଏକ କତା ଜବଦ କରିଥିଲେ। ଏନେଇ ଓ.ଅର କେସ ନମ୍ବର ୨/ ୨୦୨୬/୨୭ ରେ ଏକ ମାମଲା ରୁଜୁ କରିବା ସହିତ ଆଜି ତାକୁ କୋର୍ଟ ଚାଲାଣ କରିଥିଲେ। ମାତ୍ର ତାର ଜାମିନ ନାମୁଞ୍ଜୁର ହେବାରୁ ତାକୁ ଆନନ୍ଦପୁର ଉପ କାରାଗାରକୁ ପଠାଇ ଦିଆ ଯାଇଛି ବୋଲି ରେଞ୍ଜର ମାର୍ସଲ କିସ୍କୁ ସୂଚନା ଦେଇଛନ୍ତି ।


