ପ୍ରଶାସନ ଶୁଣୁନାହିଁ : ଆସନ୍ତା ୬ତାରିଖରେ ଆତ୍ମଦାହ ଦେବେ ଅନଶନକାରୀ ଦୁଷ୍ମନ୍ତ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଆଳି ମହୁ ବଜାରଦାଣ୍ଡି ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଦୁର୍ନୀତିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀ ଓ ଅନେକ ବ୍ୟକ୍ତି ବିଶେଷ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ଆଳି ସିଡିପିଓ ଏବଂ ଉପରିସ୍ଥ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯାଇ ହୋଇଥିବା ଦୁର୍ନୀତିକୁ ଚପାଇ ରଖି ଦୁର୍ନୀତି କରିଥିବା କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରତିବାଦରେ ଅପ୍ରେଲମାସ ୨୦ତାରିଖ ଠାରୁ ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କରିଥିବା ଅଭିଯୋଗ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ପ୍ରଶାସନ ପକ୍ଷରୁ ଥାନାରେ ମାମଲା ରୁଜୁ କରାନଯିବା, ହୋଇଥିବା ସରକାରୀ ସହାୟତା ଲୁଟ ଉପରେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ପ୍ରଶାସନ ପକ୍ଷରୁ ଭିଜିଲାନ୍ସରେ ମାମଲା ରୁଜୁ ନକରିବା, ଦୁଷ୍ମନ୍ତଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗର ଅଭିଯୋଗକାରୀଙ୍କୁ ଦୁର୍ନୀତିକାରୀ ଅଙ୍ଗନୱାଡ଼ି କର୍ମୀ ଏକଲକ୍ଷ ଟଙ୍କା କାହିଁକି ଦେଲେ ସେହି ଘଟଣାର ସମସ୍ତ ପ୍ରମାଣକୁ ଆଧାର କରି ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା, ଏକ ଲକ୍ଷ ଟଙ୍କା ନେଇ ଦୁଷ୍ମନ୍ତଙ୍କ ନାମରେ ମିଛ ଅଭିଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ କରାନଯିବା, ଏହି ଘଟଣାରେ ଉଚ୍ଚତମ ନ୍ୟାୟଳୟଙ୍କୁ ଦିଆଯାଇଥିବା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବାରୁ ପ୍ରକୃତ ସତ୍ୟାସତ୍ୟ ଘଟଣା ସ୍ପଷ୍ଟ ଭାବେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରଦାନ ନକରିବା, ସଠିକ୍ ରିପୋର୍ଟ ପ୍ରଦାନ ନକରି ଫର୍ଜୀ ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ସମସ୍ତ ତଦନ୍ତକାରୀ ଅଧିକାରୀଙ୍କ ନାମରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା,ସରକାରୀ ସହାୟତା ଲୁଟ ହୋଇଥିବା ନେଇ ଦୁଇ ଦୁଇ ଥର ତଦନ୍ତରେ ଧରାପଡ଼ିଥିବାରୁ ଲୁଟ ହୋଇଥିବା ସରକାରୀ ସହାୟତା ସରକାରଙ୍କ ନିକଟକୁ ଫେରସ୍ତ ଆଣିବା ଇତ୍ୟାଦି ସାତ ଦଫା ଦାବି ପୂରଣ ପର୍ଯ୍ୟନ୍ତ ଆଳି ସି.ଡ଼ି.ପି.ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସାତ ଦିନ ଦିବାରାତ୍ରି ଧାରଣା ଦେବା ପରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଧାରଣାର ଅଷ୍ଟମ ଦିନ ଅର୍ଥାତ ଅପ୍ରେଲମାସ ୨୭ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ। ପ୍ରଥମେ ସାତ ଦିନ ଧାରଣା ଏବେ ଆମରଣ ଅନଶନ କୁ ପାଞ୍ଚ ଦିନ ଅର୍ଥାତ ସର୍ବମୋଟ ବାର ଦିନ ହୋଇଗଲା ନିଜର ଦାବି ପୂରଣ ନିମିତ୍ତ ଦୁଷ୍ମନ୍ତ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିଲେ ବି ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଓଲଟି ଜିଲ୍ଲାପାଳ ରଘୁରାମ ଆର. ଆୟର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଠାରୁ ଏକ ପାକ୍ଷିଆ କଥା ଶୁଣି ଗଣମାଧ୍ୟମ ଆଗରେ ଭୁଲ ମତ ପ୍ରକାଶ କରିଥିବାରୁ ଏହା ଦୁଷ୍ମନ୍ତଙ୍କୁ ମର୍ମାହତ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କ କଥାରୁ ସ୍ପଷ୍ଟ ହେଉଥିଲା ଯେ ଜାଣି ଶୁଣି ହୋଇଥିବା ଦୁର୍ନୀତିକୁ ଚାପିବାକୁ ଉଦ୍ୟମ କରିବା ସହିତ ଦୁର୍ନିତୀକୁ ଚପାଇ ରଖିଥିବା ସମସ୍ତ ଅଧିକାରୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି। ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗରମରେ ଧାରଣା ଓ ଅନଶନରେ ବସିଥିବାରୁ ଦୁଷ୍ମନ୍ତଙ୍କ କଥା ନଶୁଣି ଦୁଷ୍ମନ୍ତଙ୍କୁ ଧିରେ ଧିରେ ଜୀବନରୁ ମାରିବାକୁ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ନେଇ ଦୁଷ୍ମନ୍ତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆରୋପ ଲଗାଇଛନ୍ତି। ତେଣୁ ଏ ବାବଦରେ ମେଲ ମାଧ୍ୟମରେ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଲିଖିତ ଭାବେ ଅବଗତ କରାଇ ଆଗାମୀ ପାଞ୍ଚ ଦିନ ମଧ୍ୟରେ ତୁରନ୍ତ ପୁରଣ କରାନଗଲେ ଅନଶନ ସ୍ଥଳରେ ଆସନ୍ତା ମଇମାସ ୬ ତାରିଖ ବୁଧବାର ଦିନ ସକାଳ ୧୦ ଘଟିକା ସମୟରେ ଅନଶନ ସ୍ଥଳ ଅର୍ଥାତ୍ ଆଳି ସିଡ଼ିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ