ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କ ୧୦୫ ତମ ଜୟନ୍ତୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ବିଶ୍ୱ ସମାଜସେବା ଓ ଆଧ୍ୟାତ୍ମିକ ସଂଗଠନ ଆନନ୍ଦମାର୍ଗର ପ୍ରତିଷ୍ଠାତା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କର ୧୦୫ତମ ଶୁଭ ଜନ୍ମଦିବସ ପବିତ୍ର ବୈଶାଖୀ ଆନନ୍ଦ ପୂର୍ଣ୍ଣିମା ଅବସରରେ କପାଳେଶ୍ୱର ସ୍ଥିତ ଆନନ୍ଦମାର୍ଗ ଜାଗୃତି (ବିଦ୍ୟାଳୟ)ରେ ଅନୁଷ୍ଠିିତ ହୋଇଯାଇଛି। ଏହି ପବିତ୍ର ସମାରୋହରେ ବର୍ତ୍ତମାନ ସମାଜ ପାଇଁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କ ଅବଦାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ କାହ୍ନୁଚରଣ ବେହୁରା, ପ୍ରମୋଦ ବେଦ, ଅଶୋକ ମହାରଣା ପ୍ରମୁଖ ଯୋଗଦେଇ ଗୁରୁଦେବଙ୍କ ପ୍ରଦତ ଆଧ୍ୟାତ୍ମିକ, ସାମାଜିକ, ଅର୍ଥନୈତିକ, ସଂସ୍କୃତି, ଶିକ୍ଷା,ସମାଜସେବା, ସଙ୍ଗୀତ ଓ ନାରୀ ଜାଗରଣ ପ୍ରଭୃତି ବିଷୟ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଆନନ୍ଦମାର୍ଗର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଅଶୋକ ମହାରଣା ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଣେଶ ପରିଡା, ଅନନ୍ତ ଓଝା, ପରମାନନ୍ଦ, ପର୍ଶୁରାମ, ସତ୍ୟଜିତ୍‌, ବନ୍ଦିତା, ରଶ୍ମୀତା, ରାଜେଶ ଓଝା, କାଳନ୍ଦୀ, ପ୍ରତିମା, ପ୍ରଭାତୀ, କେନ୍ଦ୍ରାପଡା ଜିଲ୍ଲା ଓ ଯାଜପୁର ଜିଲ୍ଲାର ବରୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ସନ୍ୟାସୀ, ବୁଦ୍ଧିଜୀବୀ, ସମାଜସେବୀ, ଯୁବ, ଛାତ୍ରଛାତ୍ରୀ ଓ ଆନନ୍ଦମାର୍ଗୀମାନେ ଯୋଗଦେଇଥିଲେ। ପ୍ରାତଃରୁ ପ୍ରଭାତ ସଙ୍ଗୀତ, କୀର୍ତ୍ତନ ଓ ଯୋଗ ସାଧନାରେ ସମସ୍ତ ଭକ୍ତବୃନ୍ଦ ଯୋଗ ଦେଇଥିଲେ। ଆନନ୍ଦମାର୍ଗ ସଙ୍ଗଠନର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ