ସିପିଆଇ ପକ୍ଷରୁ ଶ୍ରମିକ ଦିବସ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ପକ୍ଷରୁ ମଇ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସିପିଆଇର ବରିଷ୍ଠ ସାଥୀ ଭାସ୍କର ଚନ୍ଦ୍ର ବେହେରା ଲାଲ ପତାକା ଉତ୍ତୋଳନ କରି ଶ୍ରମିକ ମାନଙ୍କୁ ଐକ୍ୟବଦ୍ଧ ହୋଇ ଶ୍ରମିକ ଶ୍ରେଣୀର ମୌଳିକ ସମସ୍ୟା ଉପରେ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲୋ । ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଥୀ ନିରଞ୍ଜନ ନାୟକ, ଟିଲୋ ସରପଞ୍ଚସଂଗ୍ରାମ କେଶରୀ ଜେନା, ପଧାନପଡା ସମିତି ସଭ୍ୟ ପ୍ରତିନିଧି ଦୁଲ୍ଲା ଖାଁ, ସାଥୀ ଫକୀର ଚରଣ ବିଶ୍ୱାଳ, କିଶୋର ବେହେରା, ଅରବିନ୍ଦ ବିଶ୍ୱାଳ, ଦୀଲିପ ନାୟକ, ବାବାଜି ଚରଣ ଜେନା ପ୍ରମୁଖ ଯୋଗ ଦେଇ ଦିବସ ପାଳନ ତାପ୍ତର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପର୍ଶୁରାମ ସ୍ୱାଇଁ, ପବିତ୍ର ସେଠୀ, ପଞ୍ଚାନନ ସେଠୀ, ଜୟନ୍ତ ଜେନା, ରବିନ୍ଦ୍ର ସେଠୀ, କମଳାକାନ୍ତ ଜେନା, ଅଭିମନ୍ୟୁ ଜେନା, କୃଷ୍ଣ ଚନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ରାଉତ, କୃପାସିନ୍ଧୁ ଖଣ୍ଡେଇ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ