ଶିକ୍ଷୟିତ୍ରୀ ସଙ୍ଘ ତରଫରୁ ବିଦାୟ ସମ୍ବର୍ଦ୍ଧନା
ସିନାପାଲି,(ଲିଲାମ୍ବର ନାଗ): ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସତ୍ୟରୂପା ଯୋଶୀ ନିଜ କର୍ମମୟ ଜୀବନରୁ ନିକଟରେ ଅବସର ଗ୍ରହଣ କରିଥିବା ବେଳେ ଆଜି ଏକ ଆକର୍ଷଣୀୟ ସମାବେଶ ମଧ୍ୟରେ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷୟିତ୍ରୀ ସଙ୍ଘ ତରଫରୁ ତାଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି, ଏନେଇ ସ୍ଥାନୀୟ ମେହେରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବରିଷ୍ଠ ଶିକ୍ଷୟିତ୍ରୀ ଅସ୍ମିତା ପାଢ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କଲ୍ୟାଣୀ ପୁରୋହିତ, ବିଶିଷ୍ଟ ଅତିଥି ଭାବରେ ବିଦାୟୀ ଶିକ୍ଷୟିତ୍ରୀ ସତ୍ୟରୁପା ଯୋଶୀ, ମୁଖ୍ୟବକ୍ତା ଭାବରେ ରିତାଞ୍ଜଳୀ ଚାନ୍ଦ ଓ ସମ୍ମାନିତ ଅତିଥି ଭାବରେ ନୀଳିମା ସୁପକାର ଏବଂ କିଶୋରୀ ବେହେରା ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ଶିକ୍ଷା ପ୍ରତି ସମର୍ପଣ ଓ ତ୍ୟାଗପୂର୍ଣ ଜୀବନର ସ୍ମୃତିଚାରଣ କରିଥିଲେ, ପ୍ରାରମ୍ଭରେ ରଶ୍ମୀପ୍ରଭା ମେହେର ଅତିଥି ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ, ଏହାପରେ ବୈଶାଳୀ ସେଠି, ପଙ୍କଜିନୀ ତାଣ୍ଡି, ଅନ୍ନପୂର୍ଣ୍ଣା ମେହେର ସ୍ୱାଗତ ସଂଗୀତ ଗାନ କରିଥିଲେ, ଶିକ୍ଷୟିତ୍ରୀ କଵୀ ଲଷ୍ମୀକାନ୍ତି ମହାନନ୍ଦ ବିଦାୟୀ ଶିକ୍ଷୟିତ୍ରୀଙ୍କ ଜୀବନୀକୁ ନେଇ ସ୍ୱରଚିତ କବିତା ପାଠ କରିଥିଲେ, ଏଅବସରରେ ଶିକ୍ଷୟିତ୍ରୀ ଯୋଶୀଙ୍କୁ ବିଭିନ୍ନ ଉପହାର ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା, ଶିକ୍ଷୟିତ୍ରୀ ସନ୍ତୋଷିନୀ ମେହେର ମାନପତ୍ର ପଠନ କରିଥଲେ, ଏଥିସହ ଚାରା ଉପହାର ଦେଇ ସମାଜକୁ ପରିବେଶ ସଚେତନତାର ବାର୍ତା ପ୍ରଦାନ କରାଯାଇଥିଲା, ଶେଷରେ ଝରଣା ସାଗର ଦୁରିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ, ସଭା ପରେ ଶଙ୍ଖ, ଘଣ୍ଟ, ହୁଳହୁଳି ଧ୍ୱନିରେ ଗାଁ ପରିକ୍ରମା କରି ବିଦାୟୀ ଶିକ୍ଷୟିତ୍ରୀଙ୍କୁ ତାଙ୍କ ବାସଭବନକୁ ସମସ୍ତେ ପହଞ୍ଚାଇଥିଲେ, ନୂଆପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ତରଫରୁ ଆୟୋଜିତ ଏଭଳି ଭବ୍ୟ ବିଦାୟୀ ସମାରୋହକୁ ସାଧାରଣରେ ପ୍ରଶଂସା କରାଯାଇଛି, କାର୍ଯ୍ୟକ୍ରମର ସଫଳତାରେ ବ୍ଲକର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।


