ଆକାଶରେ ଦୃଶ୍ୟମାନ ହେଲା ଅଦ୍ଭୁତ ଆଲୋକ : ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଶୁକ୍ରବାର ସନ୍ଧ୍ୟା ସମୟରେ ପୂର୍ବ ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା, ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଛନ୍ତି, ଅନେକ ଲୋକ ଏହାକୁ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କିଛି ଲୋକ ଏହାକୁ ଗତି ଶୀଳ କ୍ଷେପଣାସ୍ତ୍ର ବୋଲି କହୁଥିବା ବେଳେ କିଛି ଏହାକୁ ଧୂମକେତୁ ଓ ଉଲକାପିଣ୍ଡ ବୋଲି କହୁଛନ୍ତି, ସନ୍ଧ୍ୟା ସମୟରେ ଏକ ଜ୍ୱାଳାମୁଖୀ କ୍ଷୀପ୍ର ଗତିରେ ଅଗ୍ରସର ହେଇ ଗୋଲାକାର ରୂପ ନେଇଥିଲା, ତେବେ ଯାହା ସୂଚନା ଆସୁଛି ଆଜି ସନ୍ଧ୍ୟା ସମୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆକାଶରେ ଏହି ବିରଳ ଦୃଶ୍ୟ ଉପସ୍ଥିତ ଲୋକମାନଙ୍କୁ ଭୟବିତ କରିଥିଲା ।ପାୟ ୩୦ ମିନିଟ ଧରି ଅସ୍ତରଙ୍ଗ ଆକାଶରେ ଦୃଶ୍ୟ ମାନ ହୋଇଥିଲା, ଯାହାକୁ ଦେଖି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା, ଲୋକେ ଏହାକୁ ଭିନ୍ନ ଭିନ୍ନ ଜିନିଷ ସହ ଯୋଡ଼ିଥିଲେ, ତେବେ ଯାହା ଅନୁମାନ କରାଯାଉଛି ପୂର୍ବ ଉପକୂଳରେ ଥିବା କ୍ଷେପଣାସ୍ତ୍ର ଘାଟିରୁ କୌଣସି ଏକ ବାଲିଷ୍ଟିକ ମିସାଇଲ ପରୀକ୍ଷା କରାଯାଇଥିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ