ଜାତୀୟ ସ୍ତରୀୟ ଲୋକ ଅଦାଲତ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ଜାତୀୟସ୍ତରୀୟ ଲୋକ ଅଦାଲତ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଅଦାଲତରେ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ ,ତାଲୁକ ଆଈନ ସେବା ପ୍ରାଧିକରଣ ଦ୍ୱାରା ମୋଟୁ ଜେ ଏମ ଏଫ ସି , ମାଥିଲି ଜେ ଏମ ଏଫ ସି, କୁଡୁମୁଲ୍ଲୁଗୁମ୍ମା, ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ପ୍ରଥମ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରି ସମସ୍ତ ବିଚାରଳୟ ତଥା ମାଥିଲି , ମୋଟୁ, କୁଡୁମୁଳୁଗୁମ୍ମା ଠାରେ ମଧ୍ଯ ଅନୁଷ୍ଠିତ ହୋଇ ଯାଇଅଛି ।ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣର ଅଧକ୍ଷ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାକାରୀ ଡାଃ ପ୍ରଦୀପ କୁମାର ପ୍ରଧାନ , ଜିଲ୍ଲା ଆଈନ ସେବା ପ୍ରାଧିରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ପ୍ରକାଶ, ଉପଖଣ୍ଡ ଦଣ୍ଡାକରି ପ୍ରତିମା ସାହୁ ଏବଂ ଗ୍ରାମନ୍ୟାକାରୀ ପରିନିତା ନାୟକ , ପ୍ରଥମ ଶ୍ରେଣୀ ଦଣ୍ଡାକାରୀ ମାଲକାନଗିରି ଆଦିତ୍ୟ କୁମାର ପୃଷ୍ଟୀ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ , ମାଥିଲି ରାହୁଲ କୁମାର ଜେନା , ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ମୋଟୁ ଅଂଶୁମାନ ଦାସ , ପ୍ରଥମ ଶ୍ରେଣୀ ଦଣ୍ଡାଧୀକାରୀ, କୁଡୁମୁଲୁ ଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମକଦ୍ଦମାର ଫଇସଲା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟ ତେରହଜାର ଛ ସହ ପନ୍ଦର ଗୋଟି ମକଦ୍ଦମର ଫଇସଲା କରାଯାଇ ୪୬ ଲକ୍ଷ ୭୭ ହଜାର ୨୨୫ ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ ,ମୋଟୁ ଜେଏମଏଫସି କୋର୍ଟ, ମାଥୁଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧୁକରଣ, ମାଲକାନଗିରି, ତାଲୁକ ଆଈନ ସେବା ସମିତି , ମୋଟୁ ଓ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁର ଓକିଲ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ I


