ତହସିଲଦାରଙ୍କ ରୁମରୁ ବାହାରିଲା ସାପ
ହାଟଡିହି (ଓ୍ବାଇଏନଏସ) ହାଟଡିହି ତହସିଲଦାରଙ୍କ ରୁମରେ ସାପ। ଆଜି ସନ୍ଧ୍ୟାରେ ତହସିଲଦାର ସଞ୍ଜୟ ସାମନ୍ତରାୟ ରୁମ ଭିତରକୁ ପଶିଯିବା ବେଳେ ରୁମ ଭିତରେ ଏକ ବିରାଟକାୟ ସାପ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ସେ ସଙ୍ଗେ ସଙ୍ଗେ କର୍ମଚାରୀଙ୍କୁ ଡାକି ସାପଟିକୁ ବାହାର କରିବାକୁ କହିଥିଲେ। କର୍ମଚାରୀ ମାନେ ସାପଟିକୁ ବାହାରକୁ ବାହାର କରିଛନ୍ତି। ଏହା ଏକ ରଣା ସାପ ବୋଲି ଜଣା ଯାଇଛି।


