ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟର ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗଡବାଡିଠାରେ ‘ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ’ ପକ୍ଷରୁ ଏକ ବିଶାଳ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଗଡବାଡି ସମେତ ପେଟାମାହା, ରାଡାବାଲି ଓ ଅନ୍ୟାନ୍ୟ ଆଖପାଖ ଗ୍ରାମର ପ୍ରାୟ ୫୩୦ଟି ଅସହାୟ ଓ ଦରିଦ୍ର ପରିବାରକୁ ରାସନ କିଟ୍ ପ୍ରଦାନ କରାଯାଇଛି। ଏହି କିଟ୍‌ରେ ଚାଉଳ, ଡାଲି, ଚିନି, ତେଲ, ସୋୟାବିନ୍ ଓ ଅଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଥିଲା। ​ସ୍ଥାନୀୟ ସରପଞ୍ଚ ସୁରଞ୍ଜନ ପ୍ରଧାନ ଓ ୱାର୍ଡ ସଭ୍ୟ ଖ୍ରୀଷ୍ଟ ଦାସ ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହି ସାମଗ୍ରୀ ବଣ୍ଟନ କରିବା ସହ ଟ୍ରଷ୍ଟର ଏଭଳି ମାନବିକ ସେବାକୁ ପ୍ରଶଂସା କରିଥିଲେ। ଟ୍ରଷ୍ଟର ସମ୍ପାଦକ ବିନୟ କୀର୍ତ୍ତି, ସଭାପତି ସୁରେଖା ଡିଗାଲ ଓ କୋଷାଧ୍ୟକ୍ଷ ରମେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଉପକୃତ ପରିବାରମାନେ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ