ଦୁଇଦିନିଆ ଟାଏକୋଣ୍ଡ ଆତ୍ମରକ୍ଷା କୈାଶଳ ତାଲିମ ଶିବିର ଉଦଯାପିତ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍‌); ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ଟାଏକୋଣ୍ଡ ଏକାଡେମୀ ପକ୍ଷରୁ ତୃତୀୟ ଶୀତ କାଳୀନ ଆତ୍ମ ରକ୍ଷା କୈାଶଳ ଦୁଇଦିନିଆ ଶିବିର ରବିବାର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଆନ୍ତର୍ଜାତୀୟ କୋଚ କେ.ମନୋଜ ପ୍ରଧାନ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା ନିମନ୍ତେ ବିଭିନ୍ନ କୈଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ଗଂଜାମ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ଅମର ପ୍ରସାଦ ବିଷୋୟୀ, ଛତ୍ରପୁର କ୍ରିଡା ସଂଘ ସଭାନେତ୍ରୀ ସୂବଣ୍ଣମାଳା ବିଷୋୟୀ, କ୍ରୀଡାପ୍ରେମୀ ଏ.ରାବଣା ରାଓ , ଟାଏକୋଣ୍ଡ ଏସୋସିଏସନ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି , ଡଃ. ଅନୀତା ମିଶ୍ର ଅତିଥୀଭାବେ ଯୋଗଦେଇ ପ୍ରଶିକ୍ଷୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାରମେଲ ସ୍କୁଲ ର ଅରୁଣ କୁମାର ରାଉତ , ଏସ୍‌.ଯୁଧିଷ୍ଠିର ରେଡ୍ଡୀଙ୍କ ସମେତ ବହୁ ଅଭିଭାବକ ଏବଂ ଅଭିଭାବିକା ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କୋଚ ଇ.ଲଳିତ କୁମାର, ସିଏଚ୍‌.ପ୍ରସାଦ ନାୟକ, ବିକାଶ ଗୈାଡ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ