ବିଭୂତି ଜେନାଙ୍କୁ ଛତ୍ରପୁରରେ ସମ୍ବର୍ଦ୍ଧନା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ଭାରତୀୟ ଜନତା ପାର୍ଟିର ନୂତନ ଭାବେ ହୋଇଥିବା ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କୁ ଛତ୍ରପୁର ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରବିବାର ସ୍ଥାନୀୟ ପୁତିଗୋପାଳପୁରସ୍ଥିତ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରୁ ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ସହ ଶତାଧୀକ ଦଳୀୟ ନେତା ଓ କର୍ମୀମାନେ ହାତରେ ଦଳୀୟ ପାତାକା ଧରି ଏକ ବାଇକ୍ ଶୋଭାଯାତ୍ରରେ ଛତ୍ରପୁର ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାସଭାପତି ଶ୍ରୀ ଜେନାଙ୍କୁ ନିର୍ବାଚନ ମଣ୍ଡଳୀ ସମସ୍ତ ନେତା ଓ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ରାଜ୍ୟ ସାଧାରଣ ସଂପାଦକ ଭୂଗୁବକ୍ସିପାତ୍ର, ଗଂଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ପୂର୍ବତନ ଜିଲ୍ଲାସଭାପତି କାହ୍ନୁ ଚରଣ ପତି, ରାଜେଶ ସାହୁ, ଚୈତନ୍ୟ ପ୍ରଧାନ, ପଦ୍ମଚରଣ ସାହୁ, ପଦ୍ମଚରଣ ପରିଡା, ସଂଜିତ୍ କୁମାର ରାଉଳ, ବିଦ୍ୟାଧର ନାହାକ, ସୁଦାମ ଚରଣ ଜେନା, ବସନ୍ତ ବେହେରା, ଡି.କାନକେୟା ରେଡ୍ଡୀ, ପ୍ରଦୀପ କୁମାର ପାଢି, କୀର୍ତନ ଦାସ, ଭୀମସେନ ବେହେରା, କାନ୍ତାରୁ ଦଳାଇ, ଗାଣ୍ଡୁଧର ଗୈାଡ, ପି.ଚନ୍ଦ୍ରଶେଖର . ରଘୁନାଥ ରେଡ୍ଡୀ, ରୁଇନା ପଟ୍ଟନାୟକ, ପି.ଧର୍ମା ରେଡ୍ଡୀ, ରାଜେନ୍ଦ୍ର ପଲାଇ, ବ୍ରଜ ମୋହନ ଆଚାର୍ଯ୍ୟ, ଜି.ମନୋଜ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


