କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଓ ସହାୟତା ଟଙ୍କା ମିଳୁନଥିବା ଅଭିଯୋଗ

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ସରକାରୀ ଫଡିରେ କେନ୍ଦୁପତ୍ର କେରି ବିକ୍ରି କଲେ ବୋନସ ସହ ଛତା ଓ ଜୋତା ମିଳିବାର ପ୍ରାବଧାନ ରହିଛି।ରାୟଗଡା ଜିଲ୍ଲାର ବିଭନ୍ନ ୨୦୨୫ ଡିସେମ୍ବରରେ କେନ୍ଦୁପତ୍ର ତୋଳାଳିଙ୍କ ୪୬୦ ଟଙ୍କା ଲେଖାଏଁ ଏହି ବାବଦରେ ପ୍ରଦାନ କରାଯାଇଛି। ତେବେ ବୋନସ୍ ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ ତୋଳାଳି ଛତିଶଗଡ଼ ବେପାରୀଙ୍କୁ କେରି ବିକ୍ରି କରୁଛନ୍ତି। କଲ୍ୟାଣସିଂହପୁର ଓ ମାଝୀଗୁଡା ଅଂଚଳରେ ଛତିଶଗଡ଼ ବେପାରୀ ଫଡ଼ି ଖୋଲି ଚଢ଼ା ଦରରେ କେନ୍ଦୁପତ୍ର କିଣୁଛନ୍ତି। କେରି ପିଛା ୬ ଟଙ୍କାରେ କିଣୁଥିବାରୁ ସରକାରୀ ଫଡି ପ୍ରତି ମୁହଁ ମୋଡ଼ିଛନ୍ତି ତୋଳାଳି। ଫଳରେ କେନ୍ଦୁପତ୍ର ସଂଗ୍ରହ ନେଇ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଚିନ୍ତାରେ ପଡ଼ିଛନ୍ତି କେନ୍ଦୁପତ୍ର ବିଭାଗ ଅଧିକାରୀ। ବ୍ୟକ୍ତିଗତ ଫଡିରେ କେରି ବିକ୍ରି କଲେ ତୁରନ୍ତ ଟଙ୍କା ମିଳୁଥିବା ବେଳେ ସରକାରୀ ଫଡିରେ ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡୁଛି| ଫଡି ଗୁଡ଼ିକରେ ଚଢ଼ଉ କଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ଅଭିଯୋଗ ହୋଇଛି। କେରି କିଣିବା ଲାଗି ବୁଡ଼ାଗୁଡା କେନ୍ଦୁ ପତ୍ର ଗୋଦାମ ରହିଥିବା ବେଳେ କାଁ ଭା ଗୋଟିଏ କି ଦୁଇଟି ଗାଡି ଯାଉଛି। ନଚେତ ଅନେକ ଟ୍ରକ ଆଇଚର ଟ୍ରାକ୍ଟର ଗୁଡାକ ବେସରକାରୀ ମାଲିକ ମାନେ ଅମଲା ଭଟା, କଳାହାଣ୍ଡି ଜିଲ୍ଲାର ବିଜେପୁର, ଓ ଛତିଶଗଡ଼ ଚାଲି ଯାଉଛି। ଏହି ଦୁର୍ନୀତି କାର୍ଯ୍ୟରେ କେନ୍ଦୁଲିପି ବିଭାଗର ମୂଳରୁ ଚୁଳ ପର୍ଯ୍ୟନ୍ତ ଅଧିକାରୀଙ୍କ ହାତ ରହୁଛି ବୋଲି ନିର୍ଦର୍ନ୍ଦରେ ଦିନ ଦିବସରେ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।ଚଳିତ ବର୍ଷ ୨୦ହଜାରରୁ ଊର୍ଦ୍ଧ୍ବ କେରି କିଣିବା ଲକ୍ଷ୍ୟ ରହିଛି, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା | ତେବେ ୨୦୨୫ ବର୍ଷର ବୋନସ୍ ଏଯାବତ୍ ମିଳିନଥିବାରୁ ଚଳିତ ବର୍ଷ ବେସରକାରୀ ଫଡିରେ କେନ୍ଦୁପତ୍ର ବିକ୍ରି କରିବା ପାଇଁ ତୋଳାଳି ନିଷ୍ପତ୍ତ ନେଇଛନ୍ତି। କଲ୍ୟାଣସିଂହପୁର ସରକାରୀ ଫଡି ରହିଛି। କେରି ପିଛା ସରକାରୀ ଦର ରହିଛି ୩ ଟଙ୍କା ୨୦ ପଇସା | ବେସରକାରୀ ଫଡିରେ କେରି ୪ଟଙ୍କାରୁ ଆରମ୍ଭ ହୋଇ ୬ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୨୪ରେ କେନ୍ଦୁପତ୍ର ତୋଳାଳି କେରି ପିଛା ୮୦ ପଇସା ବୋନସ୍‌ ପାଇଥିଲେ । ୨୦୨୫ର ବୋନସ୍ ମିଳିନଥିବାରୁ କେରି ପିଛା କେତେ ମିଳିବ ସେ ନେଇ ସନ୍ଦେହରେ ଅଛନ୍ତି ତୋଳାଳିମାନେ।ଏପରି ସ୍ଥିତିରେ ତୋଳାଳି ଚଳିତ ଟାର୍ଗେଟ୍ ପୂରଣ ନେଇ ବନବିଭାଗ ଚିନ୍ତାରେ ବର୍ଷ ସରକାରୀ ଫଡି ବଦଳରେ ବ୍ୟକ୍ତିଗତ ରେ ଏବେ ବା ଘରୋଇ ଫଡିରେ ଅଧିକ ମାତ୍ରାରେ କେନ୍ଦୁପତ୍ର କେରି ବିକ୍ରି କରିବାକୁ ମନସ୍ଥ କରିଛନ୍ତି। ସରକାରୀ ଅବହେଳାର ସୁଯୋଗ ନେଇ ବ୍ଲକର ବହୁ ପଞ୍ଚାୟତରେ ବ୍ୟକ୍ତିଗତ ବେସରକାରୀ ଫଡି ବ୍ୟାପକ ପକ ଭାବେ ଖୋଲିବାରେ ଲାଗିଛନ୍ତି ଅନେକ ଚାଲାଣ ମଧ୍ୟ ହୋଇଗଲାଣି ।ବିଭିନ୍ନ ପଞ୍ଚାୟତରେ ଆଦାୟ ହେଉଥିବା କେନ୍ଦୁପତ୍ର ବେସରକାରୀ ସଂସ୍ଥା ହାତେଇବା ତଇବା ପରେ ଫଡି ମାଲିକମାନେ ମନଇଛା ଫଡି ଖୋଲି ଚଢ଼ାଦରରେ କେନ୍ଦୁପତ୍ର କିଣୁଥିବାରୁ ସରକାରୀ ଫଡିକୁ ଯାଉନାହାନ୍ତି ତୋଳାଳି।ବିଭାଗୀୟ ଅଧିକାରୀ ଗରକଣ୍ଡ ଜିରୋକୁ ଯାଇ ତଦନ୍ତ କଲେ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ